ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଘେରାଉ !

33

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଘେରାଉ କରାଯାଇଛି । ଏକ ହଜାରରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜ୍ୟ ସଂଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ସଂଗଠକ ଅକ୍ଷୟ କୁମାର, ବରିଷ୍ଠ ସାମ୍ବାଦିକ ରବି ଦାସ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଚାଷୀଙ୍କୁ ମାସିକ ପାଂଚ ହଜାର ଟଙ୍କା ପେନସନ, ସ୍ୱାମୀ ନାଥନ କମିଟି ସୁପାରିସ ଓ ଧାନ କ୍ୱିଂଟାଲକୁ ପାଂଚ ହଜାର ଟଙ୍କା ବୃଦ୍ଧି, କୃଷକଙ୍କ ଋଣ ଛାଡ଼ ଦାବି କରିଛନ୍ତି । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ସ୍ମାରକ ପତ୍ର ଦିଆଯାଇଛି ।