ଅସ୍ତରଙ୍ଗରେ ପିସି କାରବାରର ଦୁଃଖଦ ଚିତ୍ର : ଲାଂଚ ଦେଇ ଘର ଶେଷ କରିପାରୁ ନାହାଁନ୍ତି ହିତାଧିକାରୀ

28

କନକ ବ୍ୟୁରୋ : ପିସି କାରବାରକୁ ନେଇ ଅସ୍ତରଙ୍ଗ ବ୍ଲକରେ ଭିଜିଲାନ୍ସର ଖୋଳତାଡ ଜାରି । ଅସ୍ତରଙ୍ଗ ବ୍ଲକର ପାଟଳଦା ଓ କେନ୍ଦ୍ରାପଟି ପଂଚାୟତର ୬୩ଟି ଫାଇଲ୍ ଜବତ କରି ଭିଜିଲାନ୍ସ ତଦନ୍ତ କରୁଛି । ୨ଟି ପଂଚାୟତର ଘର ଘର ବୁଲି ତଦନ୍ତ କରିବା ସମୟରେ ଭିଜିଲାନ୍ସ ହାତରେ ପିସି କାରବାର ସଂପର୍କିତ ସାଂଘାତିକ ତଥ୍ୟ ଲାଗିଛି । ପିସି ଦେଇ କେହି ହିତାଧିକାରୀଙ୍କ ଘର ଅଧପନ୍ତରିଆ ହୋଇପଡି ରହିଛି । ଆଉ କିଏ ପିସି ଦେଇ ଘର କାମ ଶେଷ କରିଥିବା ସତ୍ୱେ ଫାଇନାଲ୍ ବିଲ୍ ପାଇ ପାରୁନାହିଁ । ଭିଜିଲାନ୍ସ ଟିମ୍ ଆଗରେ ହିତାଧିକାରୀ ଗୋଟି ଗୋଟି କରି ପିସି କାରବାରର ଗୁମର ଖୋଲିଛନ୍ତି ।
ଦେଖନ୍ତୁ ଏହି ଭିଡିଓ –