ନୟାଗଡର ରତାଦେଇ ପାହାଡ ଉପରେ ରହସ୍ୟମୟୀ ଗୁମ୍ଫା : ପାହାଡ ଉପରେ ପ୍ରାୟ ୩୦ ଗୁମ୍ଫାରେ ପୂଜା ପାଉଛନ୍ତି ଦେବାଦେବୀ

237

କନକ ବ୍ୟୁରୋ : ଗୁମ୍ଫା, କେତେବେଳେ ଆଦି ମାନବର ବାସସ୍ଥଳୀ ତ କେତେବେଳେ ମୁନି ଋଷିଙ୍କ ସାଧନାର ପୀଠ । ଭାରତୀୟ ସଂସ୍କୃତିରେ ଯୁଗେ ଯୁଗେ ଗୁମ୍ଫାକୁ ନେଇ ରହିଛି ଅନେକ କାହାଣୀ ଅନେକ ରହସ୍ୟ । ସେମିତି କିଛି ରହସ୍ୟମୟ ଗୁମ୍ଫାର ସନ୍ଧାନ କରାଯାଇଛି । ନୟାଗଡ ଜିଲ୍ଲାର ରତାଦେଇ ପାହାଡର ରହସ୍ୟମୟୀ ରତ୍ନଗିରି ଗୁମ୍ଫା ।

ରତାଦେଇ ପାହାଡ଼ରେ ବିରାଟ ବିରାଟ ପଥର ଖଣ୍ଡ ସାହାଯ୍ୟରେ ସୃଷ୍ଟି ହୋଇଛି ଗୁମ୍ଫା । ପ୍ରଥମ ଗୁମ୍ଫାକୁ ବିଶ୍ୱାମିତ୍ର ଗୁମ୍ଫା ବୋଲି କୁହାଯାଏ । କେବଳ ବିଶ୍ୱାମିତ୍ର ଗୁମ୍ଫା ନୁହେଁ ଆହୁରି ୩୦ଟି ଗୁମ୍ଫା ଅଛି ରତାଦେଇ ପାହାଡ ଉପରେ । ବିଶ୍ୱାମିତ୍ର ଗୁମ୍ଫାରେ ଦେବୀ ଦୁର୍ଗା ଓ ଭାଗପତଙ୍କୁ ପୂଜା କରାଯାଏ । ଲୋକଙ୍କ ବିଶ୍ୱାସ ଅନୁସାରେ ଏହି ଗୁମ୍ଫାରେ ସଂସ୍ଥାପିତ ଅଗ୍ନି ସବୁବେଳେ ଜଳୁଥାଏ ।

ଆଉ ଗୁମ୍ଫାରେ ରାତ୍ରୀଯାପନ କରୁଥିବା ଆଗନ୍ତୁକଙ୍କୁ ମା’ ରତ୍ନଗିରି ସାହା ହୋଇଥାନ୍ତି । ସେଠାରେ ଥିବା କେତେକ ଗୁମ୍ଫାର ନାମ ଅଧିଷ୍ଠିତ୍ରୀ ଦେବାଦେବୀଙ୍କ ନାଁରେ ନାମିତ ହୋଇଥିହା ବେଳେ ଆଉ କେତେକ ମୂନିଋଷିଙ୍କ ନାମରେ ନାମିତ ହୋଇଛି । ତେବେ ସବୁଠାରୁ ଦୀର୍ଘତମ ଗୁମ୍ଫାର ନାଁ ସାଗରଗଙ୍ଗା ।