ଅଘଷା ପାଟିରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ଉପକାରୀ ? ଜାଣନ୍ତୁ ।

1,490

ଜଣେ ବ୍ୟକ୍ତି ପାଞ୍ଚ ଦିନ ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ମନୁଷ୍ୟ ଶରୀରରେ ୭୦ ପ୍ରତିଶତ କେବଳ ଜଳ ରହିଥାଏ । ଏଣୁ ଜଳ ବିନା ଜୀବନ ଅସମ୍ଭବ କୁହାଯାଇଥାଏ । ତେବେ କିଛି ଲୋକ ସକାଳୁ ଉଠିବା ମାତ୍ରେ ଅଘଷା ପାଟିରେ ଚା’ କିମ୍ବା କଫି ପିଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି ଚା-କଫି ଇତ୍ୟାଦି ଠାରୁ ବହୁତ ଗୁଣରେ ଲାଭଦାୟକ ହୋଇଥାଏ ଅଘଷା ପାଟିରେ ପାଣି ପିଇବା । ତେବେ ଆସନ୍ତୁ ଜାଣିବା ଅଘଷା ପାଟିରେ ପାଣି ପିଇଲେ ଶରୀରକୁ କ’ଣ ଲାଭ ମିଳିଥାଏ ।-ସକାଳୁ ଉଠି ଅଘଷା ପାଟିରେ ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ । ରାତିରେ ଶୋଇବା ସମୟରେ ପାଟିରେ ସୃଷ୍ଟି ହୋଇଥିବା ଲାଳ ପେଟକୁ ସଫା ରଖିବା ସହ ତ୍ୱଚା ଉଜ୍ଜ୍ୱଳ କରିଥାଏ ।
– ଖାଲି ପେଟରେ ସକାଳୁ ପାଣିପିଇବା ଦ୍ୱାରା ଶରୀରରେ ୨୫ ପ୍ରତିଶତ ଅଧିକ ଶକ୍ତି ସୃଷ୍ଟି ହୋଇଥାଏ। ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ କରିବା ସହ ମେଦ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ।
-ସକାଳୁ ଉଠିବା ମାତ୍ରେ ପାଣି ଏକ ଗ୍ଲାସ ପିଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ ରଖିଥାଏ ।
-ସଠିକ୍ ଭାବେ ପାଣି ପିଇବା ଦ୍ୱାରା ତ୍ୱାଚର ଚମକ ରହିବା ସହ ଏଥି ସମ୍ବନ୍ଧୀୟ ବିଭିନ୍ନ ଅସୁବିଧାରୁ ରକ୍ଷା ମିଳିଥାଏ ।