ବ୍ରିକ୍ସ ସମ୍ମିଳନୀରେ ମୋଦିଙ୍କ ଯାଦୁ : ଡିନର ପାର୍ଟିରେ ସମସ୍ତ ରାଷ୍ଟ୍ରମୁଖ୍ୟ ପିନ୍ଧିଲେ ମୋଦି ଜ୍ୟାକେଟ

78

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ କୂଟନୀତିର ଆଉ ଏକ ନମୁନା । ବ୍ରିକ୍ସ ସମ୍ମିଳନୀରେ ଛାଇ ଯାଇଛି ମୋଦିଙ୍କ ଯାଦୁ । ମୋଦିମୟ ହୋଇପଡିଛି ସମଗ୍ର ବ୍ରିକ୍ସ ସମ୍ମିଳନୀ ଅଂଚଳ । ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଆୟୋଜିତ ଡିନର ପାର୍ଟିରେ ଭାଗ ନେଇଥିବା ସମସ୍ତ ଦେଶର ରାଷ୍ଟ୍ରମୁଖ୍ୟ ମୋଦି ଜ୍ୟାକେଟ୍ ପିନ୍ଧି ଥିବାର ଦେଖିବାକୁ ମିଳିଛି ।

ଭିନ୍ନ ଭିନ୍ନ ରଙ୍ଗର ଜ୍ୟାକେଟ୍ ପିନ୍ଧି ପାର୍ଟିରେ ଯୋଗ ଦେଇଛନ୍ତି ମୋଦିଙ୍କ ସମେତ ୫ବିଶ୍ୱସ୍ତରୀୟ ନେତା । ଭାରତର ଏହି ଅତି ପ୍ରିୟ କଟନ୍ ଜ୍ୟାକେଟକୁ ରାଷ୍ଟ୍ରମୁଖ୍ୟମାନେ ପିନ୍ଧିଥିବାରୁ ଏହା ଭାରତ ଓ ମୋଦିଙ୍କ ପ୍ରତି ଅନ୍ୟ ରାଷ୍ଟ୍ର ମାନଙ୍କର କେତେ ଭଲପାଇବା ଓ ସମ୍ମାନ ରହିଛି ତାହାହିଁ ସୂଚାଇ ଦେଇଛି । ଏହି ପାର୍ଟି ସାଉଥ୍ ଗୋଆର ପ୍ରସିଦ୍ଧ ହୋଟଲ ତାଜ୍ ଏକ୍ସୋଟିକାରେ ଆୟୋଜନ କରାଯାଇଥିଲା ।