ଡିଏମକେର ମୁଖ୍ୟ ହେଲେ ଷ୍ଟାଲିନ୍: ବାପା କରୁଣାନିଧିଙ୍କ ଦେହାନ୍ତ ପରେ ଆନୁଷ୍ଠାନିକ ଭାବେ ନେଲେ ଦାୟିତ୍ୱ

24

କନକ ବ୍ୟୁରୋ: ଡିଏମକେର ମୁଖ୍ୟ ହେଲେ ଷ୍ଟାଲିନ୍ । ୪୯ ବର୍ଷ ଧରି ଡିଏମକେ ସୁପ୍ରିମୋ ଥିବା କରୁଣାନିଧିଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଏମ କେ ଷ୍ଟାଲିନ୍ ଆନୁଷ୍ଠାନିକ ଭାବେ ଦଳର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦଳର ଦ୍ୱିତୀୟ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଚେନ୍ନାଇ ସ୍ଥିତ ଡିଏମକେ ମୁଖ୍ୟ କାର୍ଯ୍ୟାଳୟରେ ଷ୍ଟାଲିନ୍ ଦଳର ଦାୟିତ୍ୱ ଭାର ସମ୍ଭାଳିବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ ।

ଚଳିତ ମାସରେ କରୁଣାନିଧିଙ୍କ ମୃତ୍ୟୁ ପରେ ଏହି ଭାର ସମ୍ଭାଳିଛନ୍ତି ଷ୍ଟାଲିନ । ଦଳର ଜେନେରାଲ କାଉନସିଲ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଗତ ୧୪ ତାରିଖରେ ଦଳର ବରିଷ୍ଠ ନେତାମାନେ ଷ୍ଟାଲିନ୍ ୱେଟିଂ ପ୍ରିନ୍ସ ବୋଲି କହିବା ପରେ ଷ୍ଟାଲିନ୍ ଦ୍ୱିତୀୟ ସଭାପତି ହେବା ନେଇ ରାସ୍ତା ପରିଷ୍କାର ହୋଇସାରିଥିଲା । ତେବେ ଜେନେରାଲ କାଉନସିଲ ବୈଠକରେ ୬୫ ଜିଲ୍ଲାର ଦଳୀୟ ସମ୍ପାଦକ ଏହି ପଦବୀ ପାଇଁ ଷ୍ଟାଲିନଙ୍କ ନାଁକୁ ପ୍ରସ୍ତାବ ଦେଇଥିଲେ ।