ମେକାନିକାଲ ଇଂଜିନିୟରରୁ ବସ୍ ଡ୍ରାଇଭର : ମୁମ୍ବାଇରେ ସିଟି ବସ୍ ଚଲାଉଛନ୍ତି ୨୪ ବର୍ଷୀୟା ପ୍ରତୀକ୍ଷା
ଆଜିର ଝିଅ କୌଣସି ଦିଗରୁ ପୁଅଙ୍କ ଠାରୁ କମ୍ ନୁହଁନ୍ତି । ଏହା ଅନେକ ଝିଅ ସାବ୍ୟସ୍ତ ବି କରିସାରିଛନ୍ତି । ଏମିତି ଜଣେ ଝିଅ ହେଉଛନ୍ତି ମୁମ୍ବାଇର ପ୍ରତୀକ୍ଷା ଦାସ । ପ୍ରତିକ୍ଷା ନିକଟରେ ହିଁ ମୁମ୍ବାଇରେ ଚାଲୁଥିବା ‘ବେଷ୍ଟ’ ବସର ପ୍ରଥମ ମହିଳା ଡ୍ରାଇଭର ହୋଇଛନ୍ତି । ପ୍ରତୀକ୍ଷା ମୁମ୍ବାଇର ଠାକୁର କଲେଜରୁ ମେକାନିକାଲ ଇଞ୍ଜିନୟରିଂ ପାସ କରିଥିଲେ । ସେ ଆରଟିଓ ହେବାକୁ ଚାଁହାଁନ୍ତି । ଏଥିପାଇଁ ତାଙ୍କ ପାଖରେ ଓଜନିଆ ବାହନର ଡ୍ରାଇଭିଙ୍ଗ ଲାଇସେନ୍ସର ଆବଶ୍ୟକତା ଥିଲା । ସେଥିପାଇଁ ସେ ବସ ଚଲାଇବା ଶିଖିବା ପାଇଁ ଇଚ୍ଛା କଲେ । ଏବେ ସେ ବସ ଚଲାଇବା ଶିଖିବାର ପ୍ରଶିକ୍ଷଣ ଶେଷ କରି ବସ ଚଲାଇବା ଆରମ୍ଭ କଲେଣି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁ ବୟସରେ ଝିଅମାନେ ସପିଙ୍ଗ କରିବାରେ ବ୍ୟସ୍ତ ଥାନ୍ତି, ସେହି ବୟସରେ ପ୍ରତୀକ୍ଷା ବସ ଚଳାଇବାକୁ ଟ୍ରେନିଂ ସେଣ୍ଟରରେ ପହଂଚିଯାଇଥିଲେ । ପ୍ରତୀକ୍ଷାଙ୍କୁ ଦେଖି ଖୋଦ ପ୍ରଶିକ୍ଷକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରତୀକ୍ଷା ଅଷ୍ଟମ ଶ୍ରେଣୀରୁ ପ୍ରଥମ ଥର ବାଇକ ଚଲାଇବା ଆରମ୍ଭ କରିଥିଲେ । ସେ ମାତ୍ର ଦୁଇ ଦିନରେ ବାଇକ୍ ଚଲାଇବା ଶିଖିଯାଇଥିଲେ ।