ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ଷ୍ଟ୍ରାଇକର ପ୍ରଭାବ : କମିଛି ଆତଙ୍କବାଦୀଙ୍କ ଅନୁପ୍ରଦେଶ ଉଦ୍ୟମ

91

କନକ ବ୍ୟୁରୋ : ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଧୀରେ ଧୀରେ କମିବାରେ ଲାଗିଛି । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଉଦ୍ୟମ ପଣ୍ଡ କରୁଛନ୍ତି ସୁରକ୍ଷାକର୍ମୀ । ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ କମିଛି । ୨୦୧୮ ତୁଳନାରେ ୨୦୧୯ରେ ୪୩ ପ୍ରତିଶତ ଅନୁପ୍ରବେଶ ହ୍ରାସ ପାଇଛି । କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ପଚରା ଯାଇଥିବାର ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଭାରତୀୟ ଯବାନବଙ୍କ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଜମ୍ମୁ ଓ କଶ୍ମୀର ସ୍ଥିତିରେ ସୁଧାର ବସିଛି ।

ସୁରକ୍ଷାକର୍ମୀଙ୍କ ଯୋଗୁଁ ଜମ୍ମୁ ଓ କଶ୍ମୀର ସ୍ଥିତିରେ ସୁଧାର ଆସିବା ସହ ଅନୁପ୍ରବେଶ ମଧ୍ୟ ହ୍ରାସ ପାଇଛି । ଆତଙ୍କବାଦୀ ଆକ୍ରମଣରେ ୨୮ ପ୍ରତିଶତ ଓ ଆତଙ୍କୀ ସଙ୍ଗଠନରେ ସ୍ଥାନୀୟ ଯୁବକଙ୍କ ଭର୍ତ୍ତିରେ ୪୦ ପ୍ରତିଶତ କମିଛି । ସେହିପରି ୨୨ ପ୍ରତିଶତ ଆତଙ୍କବାଦୀ ନିପାତ ହାର ବୃଦ୍ଧି ହୋଇପାରିଛି । ଗତମାସରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ କୌଣସି ସାଧାରଣ ନାଗରିକ ମୃତାହତ ହୋଇନାହାନ୍ତି । ବିଜେପି ସରକାର ଆତଙ୍କବାଦ ସହ ଲଢ଼ିବାର ଭିନ୍ନ ଉପାୟ ବାହର କରି ଭାରତୀୟ ସେନା ପାକିସ୍ତାନ ମାଟିରେ ପଶି ପ୍ରହାର କରିଥିଲେ । ତେବେ ଏହାର ରେକର୍ଡ଼ ଜନତାଙ୍କ ସାମ୍ନାରେ ଏହାର ରେକର୍ଡ ସ୍ପଷ୍ଟ ।

ପୂର୍ବତନ ସରକାର ଆତଙ୍କବାଦୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କିନ୍ତୁ ଭିନ୍ନ ଶୈଳୀରେ । ହେଲେ ମୋଦି ସରକାରରେ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଛି । ଆତଙ୍କବାଦୀଙ୍କୁ ମାତ୍ ଦେବାପାଇଁ ମୋଦି ସରକାରଙ୍କ ମାଷ୍ଟରପ୍ଲାନରେ ପାକିସ୍ତାନ ଥରହର ହେଉଛି । ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଧ୍ୱଂସ କରିବା ପରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କମ ହୋଇଛି ।