ମାଓ ଏନକାଉଂଟର ନେଇ ଡିଜିଙ୍କ ସୂଚନା : ଆରପି ଶର୍ମା କହିଲେ, ଓଡ଼ିଶା ପୁଲିସକୁ ବଡ଼ ସଫଳତା, ୨ ମହିଳାଙ୍କ ସମେତ ୫ ମାଓବାଦୀଙ୍କ ମୃତଦେହ ଜବତ

କାଲିମେଳା ଜଙ୍ଗଲରେ ୫ ନକ୍ସଲ ନିପାତ

123

କନକ ବ୍ୟୁରୋ : କାଲିମେଳା ଜଙ୍ଗଲରେ ୫ ନକ୍ସଲ ନିପାତ ହେବା ପରେ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀ । ଏ ନେଇ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି । ସୂଚନା ମୁତାବକ ମୃତ ୫ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ସମସ୍ତେ କାଲିମେଳା ଦଳର ସଦସ୍ୟ ହୋଇଥିବା ବେଳେ ଡିଭିଏଫ୍, ଏସଓଜି ଓ ଓଡ଼ିଶା ପୁଲିସର ମିଳିତ ଅପରେସନରେ ନକ୍ସଲ ପ୍ରାଣ ହରାଇଛନ୍ତି । ଏହି ଅଭିଯାନ ଅନ୍ୟ ଅପରେସନଠାରୁ ଶ୍ରେଷ୍ଠ ଓ ଗତ ୩ ବର୍ଷ ମଧ୍ୟରେ ଏହା ହେଉଛି ସବୁଠୁ ବଡ଼ ଅପରେସନ୍ । ଶର୍ମାଙ୍କ ସୂଚନା ଅନୁଯାୟୀ ନିହତ ମାଓବାଦୀଙ୍କ ମୃତଦେହ ପୁଲିସକୁ ମିଳିଛି ।

ଏଥିସହ ଘଟଣାସ୍ଥଳରୁ ବ୍ୟାପକ ମାତ୍ରାରେ ଗୁଳିଗୋଳା, ୪ଟି ବନ୍ଧୁକ, କାର୍ବାଇନ୍, ୨ଟି ଏସଏଲଆର ଓ ଗୋଟିଏ ଇନସାସ୍ ରାଇଫଲ୍ ଜବତ ହୋଇଛି । ଏହାବ୍ୟତୀତ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ପୋଷ୍ଟର ମଧ୍ୟ ଜବତ ହୋଇଛି କରିଛି ପୁଲିସ୍ । ମାଓବାଦୀଙ୍କ ନିକଟରେ ଗ୍ରେନେଡ୍ ଓ ମାରାତ୍ମକ ମାରଣାସ୍ତ୍ର ରହିଥିବାରୁ ବଡ଼ ଧରଣର ମାଓ ହମଲାର ଆଶଙ୍କା ଜାହିର କରିଛନ୍ତି ଡିଜିପି । ସୂଚନା ଆଧାରରେ ଏହି ଅପରେସନ କରାଯାଇଥିବା ସେ ସୂଚନା ଦେଇଛନ୍ତି । ସେପଟେ ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି ।