ନିରଙ୍କାରୀ ଭକ୍ତ ସମୂହଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ ! ୩ ମୃତ, ୧୦ ଆହତ ।

ପଞ୍ଜାମ ପୋଲିସ ଓ ଭାରତୀୟ ସେନା ସଜାଗ ହୋଇ ଉଠିଛନ୍ତି । କାରଣ ପଞ୍ଜାବରେ ପୁଣି ଥରେ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି ।

440
କନକ ବ୍ୟୁରୋ: ଦୋହଲି ଉଠିଛି ପଞ୍ଜାମ । ପଞ୍ଜାମ ପୋଲିସ ଓ ଭାରତୀୟ ସେନା ସଜାଗ ହୋଇ ଉଠିଛନ୍ତି । କାରଣ ପଞ୍ଜାବରେ ପୁଣି ଥରେ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି । ନିକଟରେ କିଛି ଆତଙ୍କବାଦୀ ଓ ଏହାର କୁଖ୍ୟାତ ନେତା ଜାକିର୍ ମୂଷା ପଞ୍ଜାବରେ ପ୍ରବେଶ କରିଛି । ତେଣୁ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପୋଲିସଙ୍କୁ ସୂଚନା ଦିଆଯାଇଥିଲା । ଯାହା ଆଜି ପଞ୍ଜାବରେ ଘଟିସାରିଛି ।
ସୂଚନା ମୁତାବକ, ପଞ୍ଜାବ ରାଜଧାନୀ ଅମୃତସର ନିକଟସ୍ଥ ରାଜସାଂସି ନାମକ ଏକ ସ୍ଥାନରେ  ନିରଙ୍କାରୀ ଭକ୍ତମାନେ ଏକଜୁଟ ହୋଇଥିବା ବେଳେ ୨ଜଣ ବାଇକ ଆରୋହୀ ସେମାନଙ୍କ ଉପରେ ଗ୍ରେନେଡ ଫିଙ୍ଗିଥିଲେ । ଏହି ବିଷ୍ପୋରଣ ଏତେ ଭୟଙ୍କର ଥିଲାଯେ ୩ଜଣ ବ୍ୟକ୍ତି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ପଞ୍ଜାବ ପୋଲିସ କହିଛି ଏହାକୁ ସେମାନେ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରୁଛନ୍ତି । କାରଣ ଏଭଳି ସାଂଘାତିକ କାମ ଜଣେ ବ୍ୟକ୍ତି କୌଣସି ଉଦେଶ୍ୟରେ କରିନାହିଁ ।
ତିନିଦିନ ପୂର୍ବରୁ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ପଞ୍ଜାବରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୂଷା ପ୍ରବେଶ କରିଛି । ତେଣୁ ସାରା ରାଜ୍ୟରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ଏହାର ଠିକ ତିନିଦିନ ପରେ ଆଜି ଏହି ଘଟଣା ଘଟିଛି ।