ଧରାପୃଷ୍ଠରେ ମୌସୁମୀର ପ୍ରଭାବରୁ ଲୋକଙ୍କୁ ସଂକ୍ରମଣ ରୋଗର ଅଧିକ ଭୟ ଲାଗିଥାଏ । ତେବେ ଏଥିମଧ୍ୟରୁ ଥଣ୍ଡା ହେଉଛି ମୁଖ୍ୟ । ଥଣ୍ଡା ହେଲେ ଛିଙ୍କ ସମସ୍ୟା ହେବା ତ ସାଧାରଣ କଥା । ଥଣ୍ଡା ବା ଆଲର୍ଜି ହେଲେ ସାଧାରଣତଃ ଛିଙ୍କ ହୋଇଥାଏ । ଯଦି ଆପଣ ବି ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ ଏଥିରୁ ରକ୍ଷା ପାଇବା ଲାଗି ନିମ୍ନ ଉପାୟ ଗୁଡ଼ିକୁ ଆପଣାଇ ପାରନ୍ତି ।

ପ୍ରଥମତଃ ଆପଣ ବିଭିନ୍ନ ପ୍ରକାରର ସାଇଟ୍ରସ୍ ଫଳ ଯଥା କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି ଆଦି ଖାଇପାରନ୍ତି । ଏଥିରେ ଆଣ୍ଟି  ଅକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା ଦେଇପାରିବ ।

ପ୍ରତିଦିନ ଦୁଇ ତିନିଟି ଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ ମୁକ୍ତି ମିଳିଥାଏ । ଛିଙ୍କ ନହେବା ପାଇଁ ଚାହୁଁଥିଲେ ଦିନରେ ଦୁଇ ତିନି ଥର ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।
ଅଦାରେ ଆଣ୍ଟି ସେପ୍ଟିକ ଗୁଣ ରହିଛି । ତିନି ଇଞ୍ଚ ଅଦା ଖଣ୍ଡକୁ ଦୁଇ ଚାମଚ ମହୁରେ ମିଶାଇ ପାଣିରେ ଫୁଟାନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହି ମିଶ୍ରଣ ପାନ କଲେ ଛିଙ୍କ ହେବାର ଆଶଙ୍କା ରହିବ ନାହିଁ ।