୨୦ ବର୍ଷ ଭିତରେ ୧୦୦ କାର୍ ଚୋରି ! ଧରା ପଡିବା ଭୟରେ ପ୍ଲାଷ୍ଟିକ ସର୍ଜରୀ କରି ପୋଲିସକୁ ଭୁଆଁ ବୁଲାଉଥିଲା ଚୋର , ୟୁଟ୍ୟୁବରେ କାର୍ ଚୋରି କରିବାର ଦେଉଥିଲା ଟିପ୍ସ

548

ଦିଲ୍ଲୀର ସହାଦରା ଅଞ୍ଚଳରେ ପୋଲିସ୍ ଜଣେ କାର୍ ଚୋରକୁ ଗିରଫ କରିଛି । ଏହି ଚୋରକୁ ଧରିବା ପାଇଁ ପୋଲିସକୁ ନାକରେ ପାଣି ପିଇବାକୁ ପଡିଛି । ଗତ କେତେ ବର୍ଷ ଧରି ପୋଲିସ ଏହି ଚୋରକୁ ଖୋଜୁଥିଲା ଏବଂ ଚୋରକୁ ଗିରଫ କରାଗଲାବେଳେ ତା ପାଖରୁ ଖେଳଣା ବନ୍ଧୁକ ମିଳିଥିଲା । ତେବେ ଏହି କାର୍ ଚୋରର କାହାଣୀ ଖୁବ୍ ରୋମାଞ୍ଚକର । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଏହି ଚୋରକୁ ଧରିବା ପାଇଁ ପୋଲିସ୍ କୁ ୯ ଟି ସ୍ପେଶାଲ୍ ଟିମ୍ ଗଠନ କରିବାକୁ ପଡିଥିଲା । ଏହି ଚୋର ୨୦ ବର୍ଷ ଭିତରେ ୧୦୦ ରୁ ଅଧିକ ଗାଡି ଚୋରାଇବାରେ ସଫଳ ହୋଇଛି । କୁନାଲ୍ ନାମକ ଏହି ଚୋରକୁ ବୁଧବାର ପୋଲିସ୍ ରୋକିବାକୁ ଚେଷ୍ଟା କରିଥିବା ବେଳେ ଚୋରଟି ପୋଲିସଗାଡିକୁ ହିଁ ଟକ୍କର ମାରିଥିଲା ।

ଧରାପଡିବା ପରେ ପୋଲିସକୁ ଭୟ ଦେଖାଇବା ପାଇଁ ପ୍ରଥମେ ମାରପିଟ ଏବଂ ପରେ ପିସ୍ତଲ ଧରି ପୋଲିସକୁ ଡରାଉଥିଲା ଯୁବକ । ପୂର୍ବରୁ ପୋଲିସ୍ ଉପରକୁ ଫାୟାରିଙ୍ଗ୍ କରିଥିବାରୁ ଏଥର ମଧ୍ୟ ଗୁଳି ଫୁଟାଇବା ଭୟରେ ପୋଲିସ୍ ପଛକୁ ଯାଉଥିବା ବେଳେ ଜଣେ ପୋଲିସ୍ କର୍ମଚାରୀ ପଛପଟୁ ଚୋରକୁ ଆୟତ୍ତ କରିଥିଲେ ପରେ ବନ୍ଧୁକଟି ନକଲି ଥିବା ଜଣା ପଡିଥିଲା । କୁନାଲ୍ ନାଁରେ ୨୧ ଟି ମାମଲା ଥିବାବେଳେ ଧରା ପଡିବା ଭୟରେ ପ୍ଲାଷ୍ଟିକ ସର୍ଜରୀ କରୁଥିବା କଥା ପୋଲିସ୍ କହିଥିଲା । କଳାମୁଖା ଏବଂ ହାତରେ ଗ୍ଲବସ୍ ପିିନ୍ଧି ୫ ମିନିଟ୍ ଭିତରେ ସେ କାର୍ ଚୋରି କରି ଦେଉଥିଲା । ଇଲେକ୍ଟ୍ରୋନିକ୍ ଲକ୍ କୁ ଭାଙ୍ଗିବା ପାଇଁ ସେ ମ୍ୟାଗନେଟ୍ ର ବ୍ୟବହାର କରୁଥିଲା । କେବଳ ଏତିକି ନୁହେଁ ଗାଡି କିଭଳି ଚୋରି କରାଯାଏ ଏହା ଶିଖାଇବାକୁ ସେ ୟୁଟ୍ୟୁବ୍ ରେ ଟିପ୍ସ ମଧ୍ୟ ଦେଉଥିଲା ।