ପାଣିରେ ଭିଜାଇ ପରୀକ୍ଷା ! ୨ହଜାର ଟଙ୍କିଆ ନୋଟ୍ ୱାଟର୍ ପ୍ରୁଫ୍ କି ନୁହେଁ

63

ବଜାରକୁ ଆସିଛି ନୂଆ ୨ହଜାର ଟଙ୍କିଆ ନୋଟ୍ । ନୋଟର ରଙ୍ଗକୁ ନେଇ ଅନେକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ଏପରିକି କିଛି ବ୍ୟକ୍ତି ଏହି ନୋଟ୍ ସହ ସେଲଫି ନେଇ ସୋସିଆଲ୍ ମିଡିଆରେ ଅପଲୋଡ୍ ମଧ୍ୟ କରୁଛନ୍ତି । ହେଲେ ଏହି ନୋଟକୁ ନେଇ ଏବେ ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିବ ।

ୱାଟର୍ ପ୍ରୁଫ୍ କି ନାହିଁ ଜାଣିବା ପାଇଁ ଜଣେ ବ୍ୟକ୍ତି ପାଣି ଟ୍ୟାପରେ ଦୀର୍ଘ ସମୟ ଧରି ଏକ ୨ହଜାର ଟଙ୍କିଆ ନୋଟକୁ ଭିଜାଉ ଥିବାରୁ ଦେଖିବାକୁ ମିଳିଛି । ଏହି ଭିଡିଓକୁ ସେ ୟୁଟ୍ୟୁବରେ ଅପଲୋଡ୍ ମଧ୍ୟ କରିଛନ୍ତି । ଦୁଇ ଦିନ ଭିତରେ ଏହି ଭିଡିଓକୁ ୬ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି ।

୨ହଜାର ନୋଟ୍ ୱାଟର୍ ପ୍ରୁଫ୍ କି ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।