ଆଇଫୋନ ଏକ୍ସର ଜବରଦସ୍ତ କ୍ରେଜ ! ଆଇଫୋନ କିଣିବା ପାଇଁ ବ୍ୟାଣ୍ଡ ବାଜା ସହ ଘୋଡାରେ ବସି ଯୁବକ ଗଲେ ଷ୍ଟୋର

74

ଆଇଫୋନକୁ ନେଇ ଯୁବକଙ୍କ ଭିତରେ ଜବରଦସ୍ତ କ୍ରେଜ । ଆଇଫୋନ ପାଇଁ କିଡନୀ ବିକିଥିବାର ଘଟଣା ପୂର୍ବରୁ ସାମ୍ନାକୁ ଆସିଛି । ଯାହା ଆଇଫୋନର ଲୋକପ୍ରିୟତାକୁ ଦର୍ଶାଉଥିଲା । ଆଇଫୋନର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ କମ୍ପାନୀ ଆଇଫୋନ ଏକ୍ସର ଏକ ନୂଆ ମଡେଲ ବଜାରକୁ ଛାଡିଛି । ଏହି ଫୋନର ଏବେ ପ୍ରବଳ ଡିମାଣ୍ଡ ରହିଛି । ତେବେ ଭାରତରେ ଏହି ଫୋନ ଲଞ୍ଚ ହେବା ଦିନ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି ।

ଆଇଫୋନ ଏକ୍ସ କିଣିବା ପାଇଁ ଆପଲ ଷ୍ଟୋର ଆଗରେ ଯୁବକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିବା ବେଳେ ମୁମ୍ବାଇରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଲଞ୍ଚ ଡେ’ରେ ଆଇଫୋନ କିଣିବାକୁ ମୁମ୍ବାଇର ପାଲିଭାଲ ଘୋଡାରେ ବସି ଷ୍ଟୋରକୁ ଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗେର ଘୋଡାରେ ବସିଥାନ୍ତି ପାଲିଭଳ ପଛରେ ବାଜୁଥାଏ ବ୍ୟାଣ୍ଡ ବାଜା । ଲାଗୁଥିଲା ସତେ ଯେପରି କୌଣସି ବାହାଘରର ଶୋଭାଯାତ୍ରାରେ ଯାଉଛନ୍ତି ପାଲିଭଲ । ଆଇଫୋନକୁ ପାଲିଭାଲ କେତେ ଭଲ ପାଇଥାନ୍ତି ତାହା ଏକ ପ୍ଲା କାର୍ଡ ମାଧ୍ୟମରେ ଜଣାଇଥିଲେ । ଘୋଡାରେ ବସି ଆଇ ଲଭ ଆଇଫୋନ ଏକ୍ସ ଲେଖାଥିବା ଏକ ପ୍ଲା କାର୍ଡ ଧରିଥିଲେ ପାଲିଭାଲ । ଯାହା ଆଇଫୋନ ପ୍ରତି ତାଙ୍କ ଦୁର୍ବଳତାକୁ ଦର୍ଶାଉଥିଲା ।

ଘୋଡ଼ା ଉପରେ ବସିଥିବା ଅବସ୍ଥାରେ ହିଁ ଦୋକାନୀ ତାଙ୍କୁ ଆଇଫୋନ୍ ଦେଇଥିଲେ । । ନୂଆ ଆସିଥିବା ଏହି ଆଇଫୋନ୍ ଏକ୍ସର ଦାମ ୮୯ହଜାର ଟଙ୍କାରୁ ଆରମ୍ଭ ହେଉଛି ।ସ୍ମାର୍ଟଫୋନର ଭବିଷ୍ୟତ କୁହାଯାଉଥିବା ଆଇଫୋନ ଏଳ୍ସରେ ଜବରଦସ୍ତ ଫିଚର ରହିଛି । ଓଶଲଇଡି ଡିସପ୍ଲେ ସାଙ୍ଗକୁ ଫେସ ଆଇଡି ରହିଛି ଏହି ଆଇଫୋନ ଏଳ୍ସରେ । ଏହି ଫୋନ କିଣିବାକୁ ଏବେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଦେଇଛି ।