କାନ ବଦଳରେ ନାକରେ ଶୁଣୁଛନ୍ତି ଏହି ଯୁବକ, ନାକ ସାମନାରେ ମୋବାଇଲ ରଖି ହେଉଛନ୍ତି କଥା

128

ମଧ୍ୟ ପ୍ରଦେଶର ବଡବାନୀ ଜିଲ୍ଲାର ଏକ ଛୋଟ ଗାଁ ବନ୍ଧନପୁରାରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି । ସେ ଏଭଳି ଭାବେ ଚର୍ଚ୍ଚିତ ହେବାର କାରଣ ବଡ ଅଦ୍ଭୁତ । ଟିଲ୍ଲୁ ନାମକ ବ୍ୟକ୍ତିଙ୍କୁ କାନ ବଦଳରେ ନାକରେ ଶୁଣାଯାଏ । ଏହି ଖବର ଧିରେ ଧିରେ ଆଖପାଖ ଗାଁରେ ବ୍ୟାପିଗଲାଣି ।

ଟିଲ୍ଲୁଙ୍କ ଘର ଲୋକଙ୍କ କହିବାନୁସାରେ, ଛୋଟବେଳୁ ତାଙ୍କ କାନରେ କୌଣସି ଛିଦ୍ର ନାହିଁ । ଯଦ୍ୱାରା ତାଙ୍କୁ ପ୍ରଥମେ କମ୍ ଶୁଣାଯାଉଥିଲା । କିନ୍ତୁ କିଛି ଦିନ ପୂର୍ବେ ତାଙ୍କୁ ଶୁଭିବା ବନ୍ଦ ହୋଇଯାଇଛି । ଯାହାପରେ ସେ ନାକ ଦ୍ୱାରା ଶୁଣୁଛନ୍ତି । ପ୍ରାରମ୍ଭରେ ଟିଲ୍ଲୁଙ୍କୁ ଏଥିରେ ଅସୁବିଧା ହେଉଥିଲା, କିନ୍ତୁ ପରେ ଏହାର ଅଭ୍ୟାସ ହୋଇଯାଇଥିଲା । ସେଇଠି ମୋବାଇଲ ଯୁଗର ଆରମ୍ଭରେ ଟିଲ୍ଲୁ ନାକ ସାମନାରେ ମୋବାଇଲ ରଖି କଥା ହେବାକୁ ଲାଗିଲା । ଟିଲ୍ଲୁର କହିବାନୁସାରେ, ନାକ ସାମନାରେ ମୋବାଇଲ ରଖିଲେ ଅଧିକ ଭଲ ଶୁଣାଯାଏ । ଧିରେ ଧିରେ ଏହି କଥା ଏତେ ବ୍ୟାପିଗଲା ଯେ ନାକରେ କଥା ହେବାର ଲୋକପ୍ରିୟତା ବି ବ୍ୟାପିବାକୁ ଲାଗିଲା । ଏବଂ ଦୂର ଦୂରାନ୍ତରୁ ଟିଲ୍ଲୁକୁ ଦେଖିବାକୁ ଆସିଲେ ।

ବିଶେଷଜ୍ଞଙ୍କ କହିବାନୁସାରେ, ନାକ ଦ୍ୱାରା ଶୁଣିବା ସମ୍ଭବ ନୁହେଁ । କାହିଁକିନା ନାକ ଓ କାନର ଇନ୍ଦ୍ରିୟ ଭିନ୍ନ ଭିନ୍ନ ଥାଏ ଏବଂ ତାର କାମ ବି ଭିନ୍ନ ଭିନ୍ନ । ସେହି ବ୍ୟକ୍ତିଙ୍କୁ ଭଲ ଭାବରେ ଯାଂଚ କରିବା ଦରକାର ।