ମାଲକାନଗିରି : ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିଥିବା ସ୍ୱୀକାର କଲେ ମାଓବାଦୀ

65

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଯାଇଥିବା କର୍ମଚାରୀମାନଙ୍କୁ ଅପହରଣ କରିଥିବା ସ୍ୱୀକାର କଲେ ମାଓବାଦୀ ।ନିର୍ବାଚନକୁ ବର୍ଜନ କରାଯାଇଥିବା ବେଳେ କାହିଁକି ଏମାନଙ୍କୁ ଏ ଅଞ୍ଚଳକୁ ପଠାଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ସେମାନେ ସମସ୍ତେ ସୁରକ୍ଷିତ ଥିବା ସହ ତଳିଆ କର୍ମଚାରୀଙ୍କର କିଛି କ୍ଷତି କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ମାଓବାଦୀ  ।

ଆଜି ଚିତ୍ରକୋଣ୍ଡାରୁ ମାଓବାଦୀମାନେ ୬ ଜଣ ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିନେଇଛନ୍ତି । ଅପହରଣ ହୋଇଥିବା ବ୍ୟକ୍ତି ପୂର୍ବତନ ସରପଂଚ ଧନ ସୀସା ଓ ନିର୍ବାଚନ ଅଧିକାରୀ କାମିନୀକାନ୍ତ ସି ,ଲିଙ୍ଗରାଜ ମାଝୀ, ହୃଷିକେଶ ନାୟକ, ପ୍ରବୀଣ ସୋରେନ୍ ଓ ପର୍ଶୁରାମ ବେହେରା ବୋଲି ଜଣାପଡିଛି ।