ସିଲଭର ସ୍କ୍ରିନରେ ରାଣୀଙ୍କ କମବ୍ୟାକ୍ !
ଖୁବଶୀଘ୍ର ସିଲଭର ସ୍କ୍ରିନକୁ କମବ୍ୟାକ କରିବାକୁ ଯାଉଛନ୍ତି ବଲିଉଡ ବ୍ୟୁଟି ରାଣୀ ମୁଖାର୍ଜୀ । ପୁଣି ଥରେ ରାଣୀଙ୍କ ଚୁଲବୁଲି ଅନ୍ଦାଜକୁ ଦେଖିବାକୁ ପାଇବେ ଦର୍ଶକେ । ସିନେମା ମେକର ସିଦ୍ଧାର୍ଥ ପି ମଲହୋତ୍ରାଙ୍କ ଆଗାମୀ ସିନେମାରେ ରାଣୀ ମୁଖାର୍ଜୀ ନଜର ଆସିବେ ବୋଲି ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦିଓ ଏନେଇ ଅଧିକ କିଛି ସୂଚନା ମିଳିପାରି ନାହିଁ ତେବେ ୟଶରାଜ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଏକ ସିନେମାଟିରେ ରାଣୀ ମୁଖ୍ୟ ଭୂମିକାରେ ନଜର ଆସିବେ । ବିବାହ ପରେ ସିଲଭର ସ୍କ୍ରିନରୁ ଦୂରେଇ ଯାଇଥିଲେ ରାଣୀ । ସିନେମା ମର୍ଦ୍ଦନୀରେ ଶେଷ ଥର ପାଇଁ ରାଣୀ ମୁଖାର୍ଜୀ ନଜର ଆସିଥିଲେ ।