କେନ୍ଦୁଝର ଜିଲ୍ଲା ସିମିନାପଟାଳି ଗାଁରେ ମ୍ୟାଲେରିଆ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୂନା ଯାଂଚ୍

32

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ସିମିନାପଟାଳି ଗାଁରେ ମ୍ୟାଲେରିଆ ଆତଙ୍କ । ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ସିମିନାପଟାଳି ଗାଁରେ ଦ୍ରୁତ ଗତିରେ ବ୍ୟାପୁଛି ମ୍ୟାଲେରିଆ ଜ୍ୱର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୂନା ଯାଂଚ୍ ପରେ ଗାଁର ୪୦ ପ୍ରତିଶତ ଲୋକଙ୍କ ଦେହରେ ମ୍ୟାଲେରିଆ ପଜିଟିଭ୍ ଥିବା ଜଣାପଡିଛି ।

ଗାଁରେ ରହନ୍ତି ୩୫ଟି ଆଦିବାସୀ ମୁଣ୍ଡା ସଂପ୍ରଦାୟ ସହ ୧୨ଟି ଗୋପାଳ ସଂପ୍ରଦାୟର ଲୋକେ । ବଣ ପାହାଡ ଘେରା ଏହି ଗାଁରେ ବର୍ଷା ଦିନେ ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇ ପଡିଥାଏ । ଗାଁକୁ ବଇଙ୍ଗା ଓ ମଲଦା ନାମକ ଦୁଇଟି ପାହାଡିଆ ନାଳ ଘେରି ରହିଥିବାରୁ ବର୍ଷା ଦିନେ ତିନି ଚାରି ମାସ ଧରି ଗାଁକୁ ଆସନ୍ତି ନାହିଁ ଡାକ୍ତର । ନାଳରେ ପାଣି ଥିବାରୁ ଗାଁ ଲୋକେ ମଧ୍ୟ ପହଂଚି ପାରନ୍ତି ନାହିଁ ଡାକ୍ତରଖାନାରେ । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଂଚି ୧୦୦ ଲୋକଙ୍କ ରକ୍ତ ନମୂନା ଯାଂଚ୍ ପରେ ୪୦ ଜଣଙ୍କ ରକ୍ତ ନମୂନା ମ୍ୟାଲେରିଆ ପଜିଟିଭ୍ ଥିବା ଜଣାପଡିଛି ।