କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

puri-badadanda

ସଅଳ ଶୋଇଲେ ଠାକୁର

ଗତକାଲି ଶ୍ରୀମନ୍ଦିରରେ ସଅଳ ପହଡ଼କୁ ନେଇ ଭକ୍ତ ମହଲରେ ଚର୍ଚା ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୯ଟା ୩୦ ସୁଦ୍ଧା ଶ୍ରୀଜିଉଙ୍କ ପହଡ଼ ନୀତି ସଂପନ୍ନ ହୋଇଥିଲା। ସୋମବାର ଦିନ ରାତି ୧୦ଟା ୩୦ ସୁଦ୍ଧା ପହଡ଼ ହୋଇଥିଲା। ରଥଯାତ୍ରା ପରେ ଶ୍ରୀଜିଉଙ୍କ ସଅଳ ନୀତି ଏକ ଶୁଭ ସଂକେତ ବୋଲି ଭକ୍ତମାନେ ମତ ଦେଇଥିବାବେଳେ ଆଉ କିଛି କହିଛନ୍ତି ଯେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ତାଗିଦ ଯୋଗୁଁ ଏଭଳି ସଅଳ ନୀତି ସଂପନ୍ନ ହୋଇ ପାରିଛି।