ମହାନଦୀ ଜଳ ବିବାଦ ନେଇ ଗଠିତ ହୋଇଛି କମିଟି : ୫ଟି ରାଜ୍ୟର ହୋଇଥିବା ଚୁକ୍ତିର ତର୍ଜମା କରିବ କମିଟି

35

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ନେଇ ଗଠିତ ହୋଇଛି କମିଟି । ଜଳ ବିବାଦ ନେଇ ୫ଟି ରାଜ୍ୟ ମଧ୍ୟରେ ହୋଇଥିବା Pêକ୍ତିର ଏହି କମିଟି ତର୍ଜମା କରିବ । ଏହି ରାଜ୍ୟମାନେ ହେଲେ ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡଖଣ୍ଡ । ଏହି କମିଟି ମହାନଦୀ ଜଳସ୍ତର ଓ ଉପଯୋଗ ନେଇ ଆଲୋଚନା କରିବ ।

କମିଟିର ଅଧ୍ୟକ୍ଷ ରହିବେ କେନ୍ଦ୍ର ଜଳ ଆୟୋଗର ସଦସ୍ୟ । ତାଙ୍କ ବ୍ୟତୀତ ଅନ୍ୟ ୧୧ ଜଣ ମଧ୍ୟ ସଦସ୍ୟ ରହିବେ । ୫ଟି ରାଜ୍ୟର ପ୍ରତିନିଧି, କେନ୍ଦ୍ର କୃଷି ମନ୍ତ୍ରାଳୟ, ଜଙ୍ଗଲ ପରିବେଶ ମନ୍ତ୍ରାଳୟ, ଜଳ ମନ୍ତ୍ରାଳୟ, ଗଙ୍ଗା ପୁନରୁଦ୍ଧାର କମିଟି, ଭାରତୀୟ ପାଣିପାଗ ବିଭାଗ । ୩ ମାସ ମଧ୍ୟରେ ତର୍ଜମା କରି କମିଟି ରିପୋର୍ଟ ଦେବ । ମହାନଦୀ ଜଳ ବିବାଦ ନେଇ ଓଡିଶା ଛତିଶଗଡ ବିରୋଧରେ ଅଭିଯୋଗ କରିଥିଲା । ଏହା ସହିତ ଦେଖନ୍ତୁ ଏହି ଭିଡିଓ :