ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ୧୫ ଜିଲ୍ଲାପାଳଙ୍କ ଅଫିସ ଘେରିବ ଯୁବ ବିଜେଡି

23

କନକ ବ୍ୟୁରୋ :  ମହାନଦୀ  ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗକୁ ନେଇ ଜୋରଧରିଛି ରାଜନୀତି ।  ମହାନଦୀରେ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛି ଯୁବ ବିଜେଡି । ଆସନ୍ତା ୨୫ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ୧୫ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିବାକୁ ଦଳ ଚେତାବନୀ ଦେଇଛି । ଏ ସମୟ ଭିତରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରି କେନ୍ଦ୍ର ସରକାରଙ୍କ ଉପରେ  ଚାପ ପ୍ରୟୋଗ କରାଯିବ ବୋଲି ଯୁବ ବିଜେଡି ସଭାପତି ସଂଜୟ ଦାସବର୍ମା ସୂଚନା ଦେଇଛନ୍ତି ।

ସେପଟେ ୨୫ରେ ଜଳ ସମ୍ପଦ ବିଭାଗର ୨ ବରିଷ୍ଠ ଯନ୍ତ୍ରୀ ଛତିଶଗଡ ଯିବେ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ ସଚିବ । ଏମାନେ ପ୍ରକଳ୍ପର କାଗଜପତ୍ରର ଅନୁଧ୍ୟାନ କରିବେ । ନିର୍ମାଣଧିନ ଓ ପ୍ରସ୍ତାବିତ ପ୍ରକଳ୍ପ ବାବଦରେ ତଥ୍ୟ ସଂଗ୍ରହ କରିବେ ଏହି ୨ ବରିଷ୍ଠ ଯନ୍ତ୍ରୀ । ପ୍ରକଳ୍ପ ବନ୍ଦ କରିବା ପାଇଁ ଓଡିଶା ଦାବି କରିବ । ତେବେ ଏନେଇ ସମସ୍ତ ତଥ୍ୟ ହସ୍ତଗତ ହେବା ପରେ ପରର୍ବତୀ ପଦକ୍ଷେପ ନିଆଯିବ ବୋଲି ଜଳ ସଂପଦ ବିଭାଗର ସର୍ବୋଚ୍ଚ ସଚିବ କହିଛନ୍ତି ।