ଅଭିଯୁକ୍ତ ୬ ସେବାୟତଙ୍କ ବିରୋଧରେ ସର୍ଚ୍ଚ ୱାରେଂଟ ଆବେଦନ କଲା ପୁରୀ ପୁଲିସ୍

12

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀ ସେବାୟତଙ୍କ ପାଇଁ ମାଡିଆସୁଛି ସଂକଟ। ୨ ଦିନର ଡେଡଲାଇନ୍ ଭିତରେ ଆତ୍ମସମର୍ପଣ ନକରିବାରୁ ଆଜି ସର୍ଚ୍ଚ ୱାରେଂଟ ପାଇଁ ଆବେଦନ କରିଛି ପୁରୀ ପୁଲିସ୍ । ବିଶୃଙ୍ଖଳା କରିଥିବା ସେବାୟତଙ୍କୁ ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରିବା ପରେ ହାଜର ପାଇଁ ଦୁଇ ଦିନିଆ ମହଲତ ଦେଇଥିଲା ପୁରୀ ପୁଲିସ । ଗତକାଲି ସେହି ମହଲତ ପୁରି ଯାଇଥିବା ବେଳେ ସେବାୟତମାନେ ଆତ୍ମସମର୍ପଣ କରିନାହାନ୍ତି । ସେଥିପାଇଁ ଆଜି ସର୍ଚ୍ଚ ୱାରେଂଟ ପାଇଁ ଆବେଦନ କରିଛି ପୁରୀ ପୁଲିସ୍ । ସେପଟେ ସେବାୟତ ଶାନ୍ତି କମିଟି ଉଭୟ ଜିଲ୍ଳାପାଳ ଓ ଏସପିଙ୍କୁ ଭେଟିଛନ୍ତି । କମିଟି କହିଛି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନିର୍ଦୋଶଙ୍କୁ ବଦନାମ ନକରାଯାଉ।