ଘୁଙ୍ଗୁଡିକୁ ନେଇ ଚିନ୍ତିତ କି ? ଏହି ଉପାୟରେ ୭ଦିନରେ ମିଳିବ ମୁକ୍ତି

51

ଆପଣ ଘୁଙ୍ଗୁଡି ମାରୁଛନ୍ତି କି ? ଏଥିପାଇଁ ଲୋକଙ୍କ ଆଗରେ ଲଜ୍ଜା ଅନୁଭବ କରୁଛନ୍ତି । ଘୁଙ୍ଗୁଡି ପାଇଁ ଆପଙ୍କ ସାଥୀ ଆପଣଙ୍କ ଉପରେ ବିରକ୍ତ ହେଛଛନ୍ତି । ତେବେ ଏନେଇ ଆଉ ଚିନ୍ତା କରନ୍ତୁ ନାହିଁ, ଆପଣ ନିଜ ରୋଷେଇ ଘରେ ଥିବା ଔଷଧକୁ ବ୍ୟବହାର କରିପାରିବେ । ଏହି ଘରୋଇ ଉପାୟରେ ଆପଣ ଘୁଙ୍ଗୁଡିରୁ ମୁକ୍ତି ପାଇପାରିବେ ।

୧. ଏକ କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଓ ଏକ ଚାମଚ ମହୁ ମିଶାଇ ଭଲରେ ମିଶାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ପାଣିକୁ ପିଅନ୍ତୁ । ଏମିତି କିଛି ଦିନ କରିବା ପରେ ଆପଣଙ୍କୁ କିଛି ଦିନ ମଧ୍ୟରେ ଏହି ସମସ୍ୟାରୁ ମୁକ୍ତି ମିଳିବ ।

୨. ଏହାସହ ପ୍ରତିଦିନ ଅଳ୍ପ ଉଷୁମ ପାଣିରେ ଅଳେଇଚ ପାଉଡର ମିଶାଇ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟା ଦୂର ହୁଏ ।

୩. ପ୍ରତିଦିନ ଶୋଇବା ପୂର୍ବରୁ ହଳଦୀମିଶା କ୍ଷୀର ପିଅନ୍ତୁ ଓ ଘୁଙ୍ଗୁଡିରୁ ରକ୍ଷା ପାଆନ୍ତୁ ।

୪. ଶୋଇବା ପୂର୍ବରୁ ପୁଦିନା ତେଲର କିଛି ବୁନ୍ଦା ନାକରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ମିଳେ ।