ବଲିଉଡର ନୂଆ ଯୋଡି ଭାବେ ପରଦାକୁ ଏକାଠି ଆସିବେ ଚୋପ୍ରା ସିଷ୍ଟର ପରିଣୀତି ଓ ଧୁମ ବୟ ଜନ ଆବ୍ରାହାମ । ଅନୀସ ବାଜମୀଙ୍କ ଆଗାମୀ ସିନେମା ପାଇଁ ଦୁଇ ତାରକାଙ୍କୁ ଏକାଠି ସାଇନ କରାଯାଇଛି । ପୂର୍ବରୁ ଅନୀସଙ୍କ ସହ ଜନ ଏକାଧିକ ସିନେମା କରିସାରିଥିଲେ ବି ପ୍ରଥମ ଥର ପାଇଁ ପରିଣୀତି ଅନିସଙ୍କ କ୍ୟାମ୍ପରେ ପ୍ରବେଶ କରୁଛନ୍ତି । ଅକ୍ଟୋବରରୁ ସିନେମାର ସୁଟିଂ ଆରମ୍ଭ ହେବ । ଆକ୍ସନ,ରୋମାନ୍ସ ଓ କମେଡି ସ୍ୱାଦକୁ ନେଇ ସିନେମାର ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।
ବଲିଉଡର ନୂଆ ଯୋଡି ଭାବେ ପରଦାକୁ ଆସିବେ ପରିଣୀତି ଚୋପ୍ରା ଓ ଜନ ଆବ୍ରାହାମ !
/kanak/media/post_attachments/wp-content/uploads/2017/06/Parineeti-John.jpg)