ଆପଣ ମଧ୍ୟ ମ୍ୟାଗି ମସଲା ଖାଇବାକୁ ପସନ୍ଦ କରନ୍ତି କି ? ତେବେ ଜାଣିରଖନ୍ତୁ ପ୍ରସ୍ତୁତ କରିବା ବିଧି ।

3

ଯଦି ଆପଣ ଏହି ଭ୍ରାନ୍ତ ଧାରଣାରେ ଫସିଛନ୍ତି ଯେ ପିଲାମାନେ ପାଗଳ ହୋଇ ଖାଉଥିବା ମ୍ୟାଗି ମସାଲାରେ କିଛି ଗୁପ୍ତ ସାମଗ୍ରୀ ପଡିଛି ଯାହାଦ୍ୱାରା ଏହି ମସାଲା ଏତେ ସ୍ୱାଦଯୁକ୍ତ ହୋଇଉଠୁଛି ତେବେ ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାର ସମୟ ଆସିଯାଇଛି । ଆପଣ ଚାହିଁଲେ ଏହି ମସାଲାକୁ ନିଜ ରୋଷେଇଶାଳରେ ପ୍ରସ୍ତୁତ ମଧ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କିଛି ଜରୁରୀ ସାମଗ୍ରୀ । ତେବେ ମନେରଖନ୍ତୁ କିଛି ସାମଗ୍ରୀ ଯାହାଦ୍ୱାରା ଆପଣ ଏହି ମସାଲାକୁ ପ୍ରସ୍ତୁତ କରିପାରିବେ । ଆବଶ୍ୟକ ସାମଗ୍ରୀ :
ଏକ ବଡ ଚାମଚ ପିଆଜ ପାଉଡର, ରସୁଣ ପାଉଡର, ଦୁଇଚାମଚ କର୍ଣ୍ଣ ଫ୍ଲୋର, ୧୦ ଚାମଚ ଚିନି ପାଉଡର, ୧୦ ଚାମଚ ଚାର୍ଟ ମସାଲା, ଏକ ଚାମଚ ସୁଣ୍ଠି ପାଉଡର, ୧ ଚାମଚ ଲଙ୍କାଗୁଣ୍ଡ, ହଳଦୀ, ଜିରା, ମେଥୀ ଗୁଣ୍ଡ, ୩ ରୁ ୪ଟି କଞ୍ଚା ଲଙ୍କା, ୨ ଚାମଚ ଧନିଆ ପାଉଡର, ୨ଟି ତେଜପତ୍ର, ସ୍ୱାଦନୁସାର ଲୁଣ ଏବଂ ଗ୍ରାଇଣ୍ଡର ।
କିଭଳି ପ୍ରସ୍ତୁତ କରିବେ :
• ସର୍ବପ୍ରଥମେ ମେଥୀ , ଜିରା, ତେଜପତ୍ର, ଧନିଆ, କଞ୍ଚାଲଙ୍କାକୁ ଦୁଇ ଘଣ୍ଟା ଖରାରେ ଶୁ୍ଖାଇଦିଅନ୍ତୁ। ଏହାଦ୍ୱାରା ଏହି ସାମଗ୍ରୀର ଶୁଖିଲାପଣ ଆସିଯିବ ।
• ଏହାପରେ ଗ୍ୟାସରେ କମ୍ ଝାସରେ ଏହି ସାମଗ୍ରୀକୁ ପକାଇ ଭାଜନ୍ତୁ ।
• ଏହାପରେ ଏହି ଗରମ ସାମଗ୍ରୀକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡିବା ପରେ ଭଲଭାବରେ ଗ୍ରାଇଣ୍ଡି କରିନିଅନ୍ତୁ ।
• ଏହି ମିଶ୍ରଣରେ ପିଆଜ, ରସୁଣ, କର୍ଣ୍ଣ ଫ୍ଲୋର, ଚିନି, ସୁଣ୍ଠି, ହଳଦୀ, ଲଙ୍କାଗୁଣ୍ଡ ପାଉଡରକୁ ମିଶାଇ ଲୁଣ ପକାଇ ଭଲଭାବରେ ଗ୍ରାଇଣ୍ଡି କରନ୍ତୁ । ଗ୍ରାଇଣ୍ଡି କରୁଥିବା ସମୟରେ ୨୫ ମିନିଟ୍ ପର୍ଯ୍ୟନ୍ତ ଏବଂ ହାତରେ କୁଟୁଥିବା ସମୟରେ କିଛି ସମୟ ଅନ୍ତରାଳରେ ଗ୍ରାଇଣ୍ଡି କରନ୍ତୁ । ଶେଷରେ ଚାଲୁଣି ସାହାର୍ଯ୍ୟରେ ଏହି ମସଲାକୁ ଛାଣି ନିଅନ୍ତୁ ।

Comments are closed.