ନିମ୍ନ ରକ୍ତଚାପରେ ପୀଡିତ କି ! ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

61

ମୁଣ୍ଡ ବୁଲାଇବା, ହାଲିଆ ଲାଗିବା, ବସିବା ଜାଗାରୁ ହଠାତ୍ ଉଠିପଡ଼ିଲେ ଅନ୍ଧାର ଦିଶିବା ଆଦି ନିମ୍ନ ରକ୍ତଚାପର ଲକ୍ଷଣ। ଅଧିକାଂଶ ଲୋକ ଏଥିରେ ପୀଡିତ । ହେଲେ ଏଥିରେ ଭୟ ହେବାର କୌଣସି କାରଣ ନାହିଁ । କାରଣ ସାବଧାନତା ଅବଲମ୍ବନ କଲେ ଏଥିରୁ ମୁକ୍ତି ମିଳିପାରିବ । ଏବେ ଜାଣନ୍ତୁ ଘରୋଇ ଉପଚାର ଦ୍ୱାରା କିପରି ଏଥିରୁ ରକ୍ଷା ପାଇବେ ।

• ଜଳଶୁଷ୍କତା ନିମ୍ନ ରକ୍ତଚାପର ଏକ କାରଣ। ଏଣୁ, ଅଧିକ ଜଳ ପିଅନ୍ତୁ। କ୍ଳାନ୍ତି ଦୂର ହେବା ସହ ଆରାମ ଲାଗିବ।

• ଖାଦ୍ୟରେ ଲୁଣ ପରିମାଣ ବଢ଼ାନ୍ତୁ । ଜଳରେ ଲୁଣ ଫେଣ୍ଟି ପିଅନ୍ତୁ,  ରକ୍ତଚାପ ନିୟନ୍ତ୍ରିତ ରହିବ।

• ଦୁଇ, ତିନି ଚାମଚ ବିଟ୍ ରସ ଦିନକୁ ଦୁଇ ଥର ଲେଖାଏ ସପ୍ତାହେ ପର୍ଯ୍ୟନ୍ତ ପିଇବା ଦ୍ୱାରା ନିମ୍ନ ରକ୍ତଚାପରୁ ଉପଶମ ମିଳେ।

• କଫି ସେବନ ଓ ଡାର୍କ ଚକ୍ଲେଟ୍ ଖାଇବା ଦ୍ୱାରା ସାମୟିକଭାବେ ନିମ୍ନ ରକ୍ତଚାପରୁ ମୁକ୍ତି ମିଳୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ତେବେ, କ୍ରମାଗତ ଏହି ସମସ୍ୟା ଭୋଗୁଥିଲେ ଦିନକୁ ଦୁଇ ଥର କଫି ପିଇଲେ ସୁଫଳ ମିଳେ।

• ଦଶ, ବାରଟି ତୁଳସୀ ପତ୍ର ରସରେ ଏକ ଚାମଚ ମହୁ ଫେଣ୍ଟି ସକାଳେ ଖାଲିପେଟରେ ପିଅନ୍ତୁ, ନିମ୍ନ ରକ୍ତଚାପ ନିୟନ୍ତ୍ରଣରେ ରହିବ।