ସ୍ନାନ ମଣ୍ଡପରେ ଶ୍ରୀଜୀଉ !

31

କନକ ବ୍ୟୁରୋ : ସ୍ନାନ ମଣ୍ଡପରେ ଶ୍ରୀଜୀଉ । ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ତିନିଠାକୁର । ୧୦୮ ଗରାରେ ଗାଧୋଇବା ପରେ ହେବ ଛେରାପହଁରା । ମହାସ୍ନାନ ପରେ ଭକ୍ତଙ୍କୁ ଶ୍ରୀଜୀଉ ହାତୀବେଶରେ ଦର୍ଶନ ଦେବେ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ଶାନ୍ତିଶୃଙ୍ଖଳା ରକ୍ଷା ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଛୁଇଁବା ଉପରେ ଏଥର ପ୍ରଶାସନ ଜାରି କରିଛି କଟକଣା । ଏଥିପାଇଁ ଶ୍ରୀମନ୍ଦିର ଚାରିପଟେ ହୋର୍ଡିଂ ମରାଯାଇଛି । ଏ ନେଇ ଓଡିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷାରେ ସଚେତନ କରାଯାଇଛି । ସମଗ୍ର ଅଂଚଳକୁ ସିସିଟିଭି ନଜରରେ ରଖାଯାଇଛି ।