କଂଗ୍ରେସକୁ ଆଉ ଏକ ଝଟକା ! ଦୁଇ ଦୁଇଥର କଂଗ୍ରେସ ସାଂସଦ ରହିଥିବା ଅରବିନ୍ଦ ଶର୍ମା ବିଜେପିରେ ହେଲେ ସାମିଲ୍ ।

231

ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ହରିୟାଣା ବିଜେପି ପାଇଁ ଏକ ବଡ ଖବର ଆସିଛି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ସାଂସଦ ଅରବିନ୍ଦ ଶର୍ମା ଏବେ ହାତ ଛାଡି ପଦ୍ମଫୁଲ ଧରିଛନ୍ତି । ସେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଉପସ୍ଥିତିରେ ବିଜେପି ଜଏନ୍ କରିଛନ୍ତି । ଅରବିନ୍ଦ ଶର୍ମା ଦୁଇଥର କଂଗ୍ରେସ ସାଂସଦ ହୋଇସାରିଛନ୍ତି ।

ଅରବିନ୍ଦ ଶର୍ମାଙ୍କ ରାଜନୈତିକ କ୍ୟାରିୟର୍ ନଜର ପକାଇଲେ ୧୯୯୬ ମସିହାରେ ୧୧ ତମ ଲୋକସଭା ନିର୍ବାଚନରେ ସୋନିପତ୍ ସିଟ୍ ରୁ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ରୁପେ ନିର୍ବାଚନ ଲଢିଥିଲେ । ଯେଉଁଥିରେ ସେ ସିଟ୍ ମଧ୍ୟ ଜିତିଥିଲେ । ଏହାପରେ ସେ ଶିବସେନାର ପ୍ରଦେଶ ଅଧ୍ୟକ୍ଷ ରହିବା ସହ ରୋହତକ ଲୋକସଭା ନିର୍ବାଚନ ଲଢି ହାରିଥିଲେ । ଏହାପରେ ସେ କଂଗ୍ରେସରେ ସାମିଲ ହୋଇ କରନାଲ ଲୋକସଭା ୨୦୦୪ ରୁ ୨୦୦୯ ନିର୍ବାଚନ ଲଢିଥିଲେ । ଯେଉଁଥିରେ ସେ ଦୁଇ ଦୁଇଥର ଜିତି ୨୦୧୪ ମସିିହାରେ ଅଶ୍ୱିନୀ ଚୋପଡା ତାଙ୍କ ସ୍ଥାନ ନେଇଥିଲେ । ଏହାପରେ ସେ କଂଗ୍ରେସ ଛାଡି ବସପା ଏବଂ ଏହାପରେ ବିଜେପି ଜଏନ୍ କରିଛନ୍ତି ।