ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ !

39

କନକ ବ୍ୟୁରୋ : ବ୍ରଜାଘାତ ନେଲା ଜୀବନ । ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଚାନ୍ଦବାଲିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରେ ୨ ଜଣ, ଭଦ୍ରକରେ ଜଣେ ଓ କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି । ଚାନ୍ଦବାଲିର ଯଶୀପୁରର ଠିଆକୁଲା ଗାଁ, ହଟପୁର ଗାଁ, ସୁନ୍ଦର ପୁର ଗାଁ ଓ ତିିହିଡି ବ୍ଲକର ୪ ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।