ଏକୁଟିଆ ବୁଲିବାକୁ ଯାଉଛନ୍ତି କି ? ଜାଣି ରଖନ୍ତୁ ଏହି ଜରୁରୀ କଥା

77

ଯଦି ଆପଣ ଏକୁଟିଆ ଭ୍ରମଣରେ ଯାଉଛନ୍ତି ତ ପ୍ରଥମରୁ ହିଁ ନିଜର ରହିବା ଓ ଖାଇବାର ବ୍ୟବସ୍ଥା କରିଦେବା ଉଚିତ୍ । ଆଜିକାଲି ପ୍ରତି ସ୍ଥାନରେ ହୋଟେଲ ଅନଲାଇo-SOLO-TRAVEL-WOMAN-INDIA-facebookନ୍ ବୁକ୍ ହେଉଛି । ଏଣୁ ଆପଣ ସହଜରେ ସେହି ସ୍ଥାନକୁ ଯିବା ଆଗରୁ ହୋଟେଲ୍ ବୁକ୍ କରିପାରିବେ ।

୨- ଆପଣ ଯେଉଁଠିକି ବୁଲିବାକୁ ଯାଉଛନ୍ତି, ସେଠାରେ ଲୋକଙ୍କ ସହ ମିଶ ଓ କଥାବାର୍ତ୍ତା ହୁଅ । ହେଲେ କେବେ ରହୁଥିବା ସ୍ଥାନ ବିଷୟରେ ସୂଚନା ଦେବା ଉଚିତ୍ ନୁହେଁ । କାରଣ ଆପଣ ସେମାନଙ୍କୁ ଭଲଭାବେ ଜାଣିନାହାଁନ୍ତି ।

୩- ଯାତ୍ରା ସମୟରେ ନିଜର ସବୁ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଯାତ୍ରା ସମୟର ଓ ଆପଣଙ୍କର ପରିଚୟ ସହ ଜଡିତ ସବୁ ଜିନିଷର ଫଟୋ ଉଠାଇ ନିଜ ମୋବାଇଲରେ ସେଭ୍ କରିନିଅନ୍ତୁ । ଯଦି କେବେ ଓରଜିନାଲ୍ କପି ହଜିଯାଏ ତ ଫଟୋ କପିରେ କାମ ଚଳେଇପାରିବେ ।

JOURNEY୪ – ଯାତ୍ରା ସମୟରେ ଆପଣ ଅପରିଚିତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ , ଆତ୍ମବିଶ୍ୱାସର ସହ କଥା ହୁଅନ୍ତୁ । କେବେ ବି ଆପଣ ଏକୁଟିଆ ବୋଲି ଅନୁଭବ କରିବାକୁ ତାଙ୍କୁ ଦିଅନ୍ତୁ ନାହିଁ ।

୫ – ଆପଣ ଯେବେ ବି ଏକୁଟିଆ ଯାତ୍ରା କରୁଛନ୍ତି ତ ନିଜର ସୁରକ୍ଷା ପାଇଁ କିଛି ଜିନିଷ ପାଖରେ ରଖନ୍ତୁ । ଯେମିତି କି ପେପର ସ୍ପ୍ରେ ବା ପର୍ସନଲ ସେଫ୍ଟି ଅଲାର୍ମ । ଏହି ଦୁଇଟି ଜିନିଷ ଆପଣ ଆରାମାରେ ସାଥିରେ ନେଇପାରିବେ । ଆଉ ଜରୁରୀ ବେଳେ ଏହାର ଉପ ଯୋଗ ମଧ୍ୟ କରିପାରିବେ ।

୬ – କିଛି ମାତ୍ରାରେ ସ୍ମାର୍ଟ ହୁଅନ୍ତୁ । ଏବଂ ନିଜର ସବୁ ପଇସା ଗୋଟିଏ ଗୋଟିଏ ଜାଗାରେ ରଖନ୍ତୁ ନାହିଁ । ପଇସାକୁ ଏମିତି ଜାଗାରେ ଲୁଚାଇ ରଖନ୍ତୁ ,ଯେମିତି କେହି ଜାଣିପାରିବେ ନାହିଁ ଯେ ଆପଣ ଏହି ଜାଗାରେ ପଇସା ରଖିଛନ୍ତି ।

11_11_18-mjs_ft_female-travel-3_27317675(1)୭- ଆପଣ ଯେବେ ବି ଏକୁଟିଆ ଯାତ୍ରା କରୁଛନ୍ତି ତ ଚେଷ୍ଟା କରନ୍ତୁ ଯେଉଁଠିକି ଯାଉଛନ୍ତି , ସେଠାର ହିସାବରେ ପୋଷାକ ପିନ୍ଧନ୍ତୁ । ଏହା ଆପଣଙ୍କୁ ସେଠାର ଲୋକଙ୍କ ସହ ମିଳମିଶାରେ ଖୁବ୍ ସାହାଯ୍ୟ କରିବ । କିଛି ଏମିତିକା ପିନ୍ଧନ୍ତୁନି ଯେମିତି ଲୋକଙ୍କ ଧ୍ୟାନ ଆପଣଙ୍କୁ ଆଡେ ଆକର୍ଷିତ ହେବ ।

୮- ଯାତ୍ରା ପୂର୍ବରୁ ଆପଣଙ୍କୁ ସେହି ସ୍ଥାନ ବିଷୟରେ ସବୁ ଜାଣିନେବା ଦରକାର । ନିଜର ହୋମୱର୍କ ନିଜକୁ ହିଁ କରିବାକୁ ପଡିବ । ଏବଂ ଯାତ୍ରା ସମୟରେ ଏହା ଖୁବ୍ ସାହାଯ୍ୟ କରିବ । ଆପଣଙ୍କ ପାଖରେ ସେ ସ୍ଥାନ ବିଷୟରେ ଯେତିକି ଜ୍ଞାନ ଥିବ , ଆପଣ ସେତିକି ଅଧିିକ ସ୍ଥାନ ବୁଲି ପାରିବେ ।

(ସୌଜନ୍ୟ- ନବଭାରତ ଟାଇମ୍ସ )