ଘରେ ବସି ଏହି ୫ଟି ସହଜ ପ୍ରକ୍ରିୟା ଦ୍ୱାରା ମୋଟାପଣ ଦୂର କରନ୍ତୁ
ବ୍ୟସ୍ତବହୁଳ ଜୀବନଶୈଳୀରେ ଆମେ ଆମ ଶରୀର ପ୍ରତି ଗୁରୁତ୍ୱ ଦେଇପାରୁନାହୁଁ । ଏହି କାରଣରୁ ଅଧିକାଂଶ ବ୍ୟକ୍ତି ଏହା ଦ୍ୱାରା ମୋଟାପଣର ଶିକାର ହୋଇଥାଆନ୍ତି । ମୋଟାପଣ ଅଧିକତର ପେଟରୁ ହିଁ ନଜରକୁ ଆସିଥାଏ । ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ତ ନୁହେଁ ଏବଂ ଏହା ବାହାରକୁ ଅତ୍ୟନ୍ତ ଖରାପ ମଧ୍ୟ ଦିଶିଥାଏ । ମୋଟାପଣର ବଡ କାରଣ ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ନଦେବା ଦ୍ୱାରା ଏବଂ ବ୍ୟାୟାମ ଓ ଯୋଗ ଆଦି ପାଇଁ ସମୟ ନ ବାହାର କରି ପାରିବା ଦ୍ୱାରା ଏଭଳି ସମସ୍ୟା ଦେଖାଯାଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଆପଣଙ୍କ ପାଖେ ସମୟ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, ଡାଏଟିଂ ଏବଂ ବ୍ୟାୟାମ ବିନା ମଧ୍ୟ ଆପଣ ଓଜନ ଘଟାଇ ପାରିବେ । କେବଳ ଆପଣଙ୍କୁ ଆପଣଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡିବ ।
ଶୋଇବାର ସଠିକ୍ ପ୍ରଣାଳୀ
ଅନେକ ଚିନ୍ତାରୁ ମୁକ୍ତି ପାଇଁ ଶୋଇବା ପ୍ରଣାଳୀ ସହାୟକ ହୋଇଥାଏ । ସାମାନ୍ୟ ରୂପେ ଜଣେ ବ୍ୟକ୍ତିକୁ ୭ରୁ୮ଘଂଟା ଶୋଇବା ଜରୁରୀ । ତେଣୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଅଧିକାଂଶ ବ୍ୟକ୍ତି ବେଶୀ ସମୟ ଶୋଇପାରୁନାହାନ୍ତି ଏବଂ ଏହା ହେଉଛି ମୋଟାପଣର ମୁଖ୍ୟ କାରଣ ।
ସୋଡା ପିଇବା ବଦଳରେ ପାଣି ପିଅନ୍ତୁ
ଯଦି ଆପଣ ସୋଡା ଏବଂ ଅନ୍ୟ କିଛି ସାଇଂଟିଫିକ ପାଣି ସେବନ କରିବାକୁ ପସନ୍ଦ କରୁଛନ୍ତି ତେବେ ଏହାଦ୍ୱାରା ଓଜନ ବଢିବା ସମସ୍ୟା ଦେଖାଯାଇଥାଏ । ଏହି ପ୍ରକାର ପାନୀୟ-ପଦାର୍ଥରେ ଭରପୂର ମାତ୍ରାରେ କ୍ୟାଲୋରି ରହିଥାଏ ଯାହାଦ୍ୱାରା ଓଜନ ବଢିବା ନିର୍ଦ୍ଧାରିତ ଅଟେ । ଏଥିପାଇଁ ଯଦି ଆପଣ ଅତ୍ୟଧିକ ଶୋଷ ଅନୁଭବ କରନ୍ତି ତେବେ ସାଇଂଟିଫିକ ପାଣି ପରିବର୍ତ୍ତେ ସାଧା ପାଣି ପିଅନ୍ତୁ ।
ଚୁଇଙ୍ଗମ ଚୋବାନ୍ତୁ ନାହିଁ
ଚୁଇଙ୍ଗମ ଚୋବାଇବା ସମସ୍ତଙ୍କୁ ପସନ୍ଦ । ଆପଣଙ୍କୁ ହୁଏତ ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଚୁଇଙ୍ଗମ ଚୋବାଇବା ଦ୍ୱାରା ଆପଣଙ୍କ ମୋଟାପଣ ବୃଦ୍ଧି ହୋଇଥାଏ । ଏଥିରେ ମହଜୁଦ ମିଠା ଅଂଶ କ୍ୟାଲୋରି ବୃଦ୍ଧିରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ପେଟରେ ମୋଟାପଣ ଦେଖାଯାଇଥାଏ ।
ସିଧା ଛିଡା ହେବା
ଯଦି ଆପଣ ଆପଣଙ୍କ ବଢିଥିବା ପେଟକୁ ନେଇ ଚିନ୍ତିତ ତେବେ ଆଜିଠାରୁ ସିଧା ଛିଡା ହେବାର ଅଭ୍ୟାସକୁ ଆପଣାନ୍ତୁ । ପେଟର ଫ୍ୟାଟ କମାଇବା ପାଇଁ ଏହା ହେଉଛି ସବୁଠାରୁ ସଠିକ୍ ଭଙ୍ଗୀ । ଏହି ପ୍ରକ୍ରିୟା ଅନେକଗୁଡିଏ ଅଧ୍ୟୟନରୁ ଜାଣିବାକୁ ମିଳିଛି ।
ପେଟ ଭିତରକୁ କରି ବସିବା
ଯଦି ଆପଣ ବସିଛନ୍ତି ତେବେ ଚେଷ୍ଟା କରନ୍ତୁ ଆଣ୍ଠୁକୁ ମୋଡି ନିଶ୍ୱାସ ଭିତରକୁ ଠେଲି ୩୦ସେକେଣ୍ଡ ପର୍ଯ୍ୟନ୍ତ ବସନ୍ତୁ । ଯଦି ଆପଣ ଏହି ପ୍ରକ୍ରିୟାକୁ ପ୍ରତିଦିନ ୫ରୁ ୬ଥର କରିବେ ତେବେ କିଛି ଦିନ ମଧ୍ୟରେ ଏହାର ପରିଣତି ଆପଣଙ୍କ ନଜରକୁ ଆସିବାକୁ ଲାଗିବ ।