ଆପଣଙ୍କର ଦାନ୍ତ ହଳଦିଆ ପଡିଯାଇଛି କି ? ତେବେ ବ୍ୟବହାର କରନ୍ତୁ କିଛି ଘରୋଇ ତରିକା

102

ହଳଦିଆ ଦାନ୍ତକୁ ସୁନ୍ଦର ଓ ଧଳା କରିବା ପାଇଁ ଅନେକ ଉପାୟ ରହିଛି କିନ୍ତୁ ଏଭଳି କିଛି ଫଳ ରହିଛି ଯାହାର ଚୋପାକୁ ଆପଣ ଦାନ୍ତରେ ଘସିବା ଦ୍ୱାରା ଦାନ୍ତଜନିତ ବିଭିନ୍ନ ସମସ୍ୟା ଦୂର ହେବା ସହିତ ଉଜ୍ଜଳ ଦିଶିବ । ତେବେ ଆସନ୍ତୁ ଜାଣିବା ଦାନ୍ତକୁ ଧଳା କରିବା ପାଇଁ କିଛି ଘରୋଇ ଉପାୟ ।

କଦଳୀ କିମ୍ବା କମଳା ଚୋପା

ହଳଦିଆ ଦାନ୍ତକୁ ଚକଚକ୍ କରିବା ପାଇଁ କଦଳୀ କିମ୍ବା କମଳା ଚୋପାର ଭିତର ଅଂଶକୁ ଆପଣ ଦାନ୍ତ ସଫା ପାଇଁ ବ୍ୟବହାର କରିପାରିବେ । ଏପରି କରିବା ଦ୍ୱାରା ଦାନ୍ତ ହଳଦିଆ ହେବା କମ ହୋଇଥାଏ । ଚୋପାରେ ମ୍ୟାଗ୍ନେସିୟମ, ମାଙ୍ଗାନିଜ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ ।

ନଡିଆ ତେଲ

ନଡଆ ତେଲରେ ଥିବା ଲେଟିକ୍ ଏସିଡ ଦାନ୍ତରେ ଉପରେ ଜମୁଥିବା ଜୀବାଣୁକୁ ବାହାର କରିଥାଏ । ଯାହା ଫଳରେ ଦାନ୍ତରେ ନୂଆ ଚମକ ଆସିଥାଏ । ଏଥିପାଇଁ ଏକ ଚାମଚ ଶୁଦ୍ଧ ଅରଗାନିକ ନଡିଆ ତେଲ ନେଇ ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ କୁଳି କରନ୍ତୁ, ଏଥିସହିତ ଧ୍ୟାନ ରଖିବେ କି ଏହା ଯେପରି ମୁହଁର ସବୁ ଅଂଶରେ ପହଂଚିବ । ଏହା ପରେ ୨ ଗ୍ଲାସ ପାଣି ପିଅନ୍ତୁ ।ଦେଖିବେ ଆପଣଙ୍କ ଦାନ୍ତ ପୂର୍ବପେକ୍ଷା ଆହୁରି ଉଜ୍ଜଳ ଦିଶିବ ।