ସାବଧାନ ! କ୍ଷୀର ସହ ଏହାକୁ ଖାଇବା ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ

146

ସାଧାରଣତଃ କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଜିନିଷ । କିନ୍ତୁ ଏହାକୁ କିଛି ଖାଦ୍ୟ ସହ ଖାଇବା ଦ୍ୱାରା ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ, କ୍ଷୀରକୁ କିଛି ଖାଦ୍ୟ ସହିତ ଖାଇବା ଦ୍ୱାରା ଏହା ଶରୀରରେ ପାଚକ ସମ୍ବନ୍ଧୀୟ ସମସ୍ୟା ଓ ମୋଟାପଣ ଆଦି ସୃଷ୍ଟି କରିଥାଏ ।

ଆପଣ ଜାଣିଥିବେ ଡାଲି ଜାତୀୟ ଖାଦ୍ୟ ଓ କ୍ଷୀର ଶରୀରରେ ପାଚନ ଶକ୍ତି କରାଇବାରେ ସହାୟକ ହୋଇଥାଏ । ତେଣୁ ଏହାକୁ ଏକ ସମୟରେ ଆଉ ଏକାସାଥୀରେ ଖାଇବାଦ୍ୱାରା ପେଟରେ ଗ୍ୟାସ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଏହାଛଡା ଅନେକ ଖାଦ୍ୟ ଜିନିଷ ରହିଛି ଯାହାକୁ କ୍ଷୀର ସହ ଖାଇବା ଆଦୌ ଉଚିତ ନୁହେଁ । କାରଣ ଏହା ଆପଣଙ୍କ ଦେହ ପାଇଁ ଅନେକାଂଶରେ କ୍ଷତିକାରକ ହୋଇଥାଏ ।

ଚିପ୍ସ କିମ୍ବା ଲୁଣିଆ ଜାତୀୟ ଖାଦ୍ୟ

କ୍ଷୀର ସହ ଚିପ୍ସ କିମ୍ବା ଲୁଣିଆ ଜାତୀୟ ଖାଦ୍ୟରୁ ସର୍ବଦା ଦୂରରେ ରୁହନ୍ତୁ କାରଣ ଲୁଣ ଯୋଗୁଁ କ୍ଷୀରରେ ଥିବା ପ୍ରୋଟିନର ସଂପୂର୍ଣ୍ଣ ଫାଇଦା ମିଳିପାରି ନଥାଏ । ଏହାସହ ଏଭଳି ଖାଦ୍ୟ ଖାଇବାଦ୍ୱାରା ଆପଣଙ୍କ ଶରୀରରେ ମଧ୍ୟ ଚର୍ମ ଜନିତ ସମସ୍ୟା ବହୁ ପରିମାଣରେ ଦେଖାଦେଇଥାଏ ।

ପିଆଜ

ସାଧାରଣତଃ ଅଧିକାଂଶ ଲୋକ ସେମାନଙ୍କ ଖାଦ୍ୟରେ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ କେବେ ହେଲେ କ୍ଷୀର ସହ ଖାଆନ୍ତୁ ନାହିଁ । ଆପଣ କ୍ଷୀର ପିଇବାର ପାଖାପାଖି ଏକ ଘଂଟା ପୂର୍ବରୁ ଓ ପରେ ଖାଇପାରିବେ । କାରଣ ଏଭଳି କମ୍ବିନେସନ ଶରୀରରେ ଜଳା, ପୋଡା, କୁଣ୍ଡାଇ ହେବା, ଆଲର୍ଜି ଓ ପାଣି କନ୍ଦା ଆଦି ଚର୍ମ ରୋଗ ହୋଇଥାଏ ।

ଲଙ୍କା

ରାଗ ମସଲା ଯୁକ୍ତ ଖାଦ୍ୟ ଖାଉଥିଲେ ଏହାସହ କ୍ଷୀର କିମ୍ବା କ୍ଷୀର ଜାତୀୟ କିଛି ବି ଖାଦ୍ୟ ଜିନିଷ ଖାଇବା ଆଦୌ ଉଚିତ ନୁହେଁ ।କାରଣ ଏହାକୁ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, ଏସିଡିଟି ,ଗ୍ୟାସ୍ ଓ ବାନ୍ତି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ମାଛ

ଏହା ଅତ୍ୟନ୍ତ ଗହମ ଜାତୀୟ ଖାଦ୍ୟ ଅଟେ । ଯେବେକି କ୍ଷୀର ଦେହପାଇଁ ଥଣ୍ଡା ହୋଇଥାଏ । ତେଣୁ ଏହାକୁ ଏକାସାଥୀରେ ଖାଇବାଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ତଥା ଗ୍ୟାସଷ୍ଟ୍ରିକ ଏବଂ ଆଲର୍ଜି ସହ ଅନ୍ୟାନ୍ୟ ଚର୍ମ ଜନିତ ରୋଗ ଆଦି ସମସ୍ୟା ସୃଷ୍ଟି କରିଥାଏ ।

ଦହି

କ୍ଷୀର ଓ ଦହିରେ ତିଆରି ଖାଦ୍ୟକୁ କେବେହେଲେ ଏକାସାଙ୍ଗରେ ଖାଆନ୍ତୁ ନାହିଁ । କାରଣ ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, ଆଲର୍ଜି, ବାନ୍ତି ଓ ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ ।

ଲେମ୍ବୁ

ଯଦି ଆପଣ ଲେମ୍ବୁ କିମ୍ବା ଖଟା ଜାତୀୟ ଖାଦ୍ୟ ଖାଉଛନ୍ତି ତେବେ ଏହାକୁ ଖାଇବାର ପାଖାପାଖି ଏକ ଘଂଟା ଯାଏଁ କ୍ଷୀର ପିଅନ୍ତୁ ନାହିଁ ।ଏହାଦ୍ୱାରା ଏସିଡିଟି ଓ ଗ୍ୟାସ୍ ଭଳି ସମସ୍ୟା ଦେଖାଦେଇଥାଏ ।