ଚାର୍ଜିଂ ସମୟରେ କରନ୍ତୁ ନାହିଁ ୫ଟି ଭୁଲ୍ ! ନଚେତ୍ ଜଳିଯାଇପାରେ ଆପଣଙ୍କର ସ୍ମାର୍ଟଫୋନ

50

ସାଧାରଣତଃ ସ୍ମାର୍ଟଫୋନଗୁଡିକର ସବୁଠାରୁ ବଡ ସମସ୍ୟା ହେଉଛି ବ୍ୟାଟେରୀଜନିତ ସମସ୍ୟା । ଅଧିକାଂଶ ସମୟରେ ଏପରି ହୋଇଥାଏ କି ବିଭିନ୍ନ କଂପାନୀର ବେଷ୍ଟରୁ ବେଷ୍ଟ ମୋବାଇଲ ଫୋନ କେବଳ ତାର ବ୍ୟାଟେରୀ ପାଇଁ ହିଁ ଫ୍ଲପ୍ ହୋଇଯାଇଥାଏ । ଅର୍ଥାତ୍ ଫୋନର ବ୍ୟାଟେରୀ ଖୁବ୍ ଶୀଘ୍ର ଶେଷ ହୋଇଯିବା ଭଳି ନଜୀର ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ପରାମର୍ଶ ଦେବାକୁ ଯାଉଛୁ, ଯାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିବ । ତେବେ ଚାସନ୍ତୁ ଜାଣିବା ଏସଂପର୍କରେ . . . ।

ବ୍ୟାଟେରୀ ଫୁଲ ଚାର୍ଜ ହେବା ପରେ ପ୍ଲଗରୁ ବାହାର କରିବାକୁ ଭୁଲନ୍ତୁ ନାହିଁ

ବ୍ୟାଟେରୀ ଫୁଲ ଚାର୍ଜ ହୋଇଯିବା ପରେ ବି କିଛି ଲୋକ ପ୍ଲଗରୁ ମୋବାଇଲକୁ ବାହାର କରିନଥାନ୍ତି । ଯାହାକି ଆଦୌ ଠିକ୍ ନୁହେଁ, କାରଣ ଏହାଦ୍ୱାରା ଫୋନର ବ୍ୟାଟେରୀ ଲଗାତର ଭାବେ ଖରାପ ହୋଇଥାଏ । ତେଣୁ ଫୋନର ବ୍ୟାଟେରୀ ଚାର୍ଜ ହେବା ପରେ ବି ଯଦି ଆପଣ ଫୋନକୁ ଚାର୍ଜରୁ ବାହାର ନକରନ୍ତି ତେବେ ଏହାର ପ୍ରଭାବ ସିଧା ଫୋନର ବ୍ୟାଟେରୀ ଉପରେ ହିଁ ପଡିଥାଏ ।

ଫୋନର ବ୍ୟାଟେରୀକୁ ୧୦୦ ପ୍ରତିଶତ ଚାର୍ଜ କରନ୍ତୁ ନାହିଁ 

ଫୋନର ବ୍ୟାଟେରୀକୁ ସୁରକ୍ଷିତ ଭାବେ ରଖିବା ନିହାତି ଆବଶ୍ୟକ । ତେଣୁ ଫୋନର ବ୍ୟାଟେରୀକୁ ୧୦୦ ପ୍ରତିଶତ ଚାର୍ଜ ହେବା ପୂର୍ବରୁ ମୋବାଇଲଟିକୁ ପ୍ଲଗରୁ ଅଲଗା କରିଦିଅନ୍ତୁ । କାରଣ, ଲିଥିୟମ ଆୟନ ବ୍ୟାଟେରୀ ସଂପୂର୍ଣ୍ଣ ଭାବେ ଚାର୍ଜ ହେବା ଦ୍ୱାରା ଭଲ ତରିକାରେ କାମ କରିଥାଏ । ଏହା ଉପରେ ଅଧିକ ପ୍ରେସର ପଡିବନଥାଏ ।

ଆବଶ୍ୟକତା ଅନୁସାରେ ଚାର୍ଜ କରନ୍ତୁ

ଯେତେବେଳେ ଦରକାର ପଡିଛୁ ସେତେବେଳେ ହିଁ ଚାର୍ଜ କରନ୍ତୁ । ତେଣୁ ମୋବାଇଲର ବ୍ୟାଟେରୀ ଯେତେବେଳେ ୧୦ ପ୍ରତିଶତ ଯାଏଁ ଖସି ଆସିବ, ସେତେବେଳେ ହିଁ ଯାଇ ମୋବାଇଲଟିକୁ ଚାର୍ଜରେ ବସାନ୍ତୁ । ମାତ୍ର ବ୍ୟାଟେରୀ ଡେଡ୍ ହେବା ଯାଏଁ ଆଦୌ ଅପେକ୍ଷା କରନ୍ତୁ ନାହିଁ ।

ଜିପିଏସ ଆଧାରିତ ଆପଗୁଡିକୁ ବନ୍ଦ କରି ରଖନ୍ତୁ

ଜିପିଏସ ଆଧାରିତ ଆପଗୁଡିକୁ ବନ୍ଦ କରି ରଖନ୍ତୁ । ଯେତେବେଳେ ଆବଶ୍ୟକତା ପଡୁଛି ସେତେବେଳେ ହିଁ ଏଭଳି ଫିଚର୍ସଗୁଡିକୁ ବ୍ୟବହାର କରନ୍ତୁ । କାରଣ, ଏଭଳି ଫିଚର୍ସ ବ୍ୟାଟେରୀ ବହୁତ ଅଧିକ ବ୍ୟବହାର କରିଥାନ୍ତି ।

ଗରମ ସ୍ଥାନରେ ଆଦୌ ଚାର୍ଜରେ ବସାନ୍ତୁ ନାହିଁ

ସ୍ମାର୍ଟଫୋନକୁ ଗରମ ସ୍ଥାନରେ ଆଦୌ ରଖନ୍ତୁ ନାହିଁ । ଅଧିକାଂଶ ସମୟରେ ଆପଣ ନୋଟିସ କରିଥିବେ କି ଚାର୍ଜ ହେବା ପରେ ଆପଣଙ୍କର ବ୍ୟାଟେରୀ ଗରମ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଫୋନକୁ ଗରମ ସ୍ଥାନରେ କିମ୍ବା କୌଣସି ଡିଭାଇସ ଉପରେ ରଖି ଚାର୍ଜ କରନ୍ତୁ ନାହିଁ ।