ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଲେମ୍ବୁ ପାଣି ! ଶରୀରକୁ ମିଳିଥାଏ ୯ଟି ଫାଇଦା

90

ଲେମ୍ବୁ ପାଣି ଔଷଧିୟ ଗୁଣରେ ଭରପୁର ହୋଇଥାଏ । ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ।

• ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରର ଓଜନ ହ୍ରାସ ପାଇବା ସହିତ ତ୍ୱଚା ଆକର୍ଷଣୀୟ ଦେଖା ଯାଇଥାଏ ।

• ସକାଳୁ ସକାଳୁ ଲେମ୍ବୁ ପାଣି ପିଇବାଦ୍ୱାରା ପାଚନ କ୍ରିୟା ନିୟନ୍ତ୍ରିତ ରହିଥାଏ ଏବଂ ପେଟ ଜନିତ କୌଣସି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

• ଏହାବ୍ୟତୀତ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରରେ ହେଉଁଥିବା ଯନ୍ତ୍ରଣା ଦୂର ହୋଇଥାଏ । ଏହାସହିତ ଲେମ୍ବୁ ପାଣି ପିଇବାଦ୍ୱାରା ମଧ୍ୟ ଶରୀରରେ ରକ୍ତଶୋଧକ ଏବଂ ବଳବର୍ଦ୍ଧକ ହୋଇଥାଏ ।

• ଲେମ୍ବୁ ପାଣିରେ ସାଧାରଣତଃ ଭିଟାମିନ୍ ବି, କ୍ୟାଲସିୟମ, କାର୍ବୋନିୟମ, ମାଗ୍ନେସିୟମ, କାର୍ବୋହାଇଡ୍ରେଟ୍ ମିଳିଥାଏ ।

• ଲେମ୍ବୁ ପାଣି ଲିଭରକୁ ଠିକ୍ ରଖିଥାଏ । ଯାହାଦ୍ୱାରା ଖାଦ୍ୟ ଆରାମରେ ହଜମ ହୋଇଯାଇଥାଏ ।

• ଲେମ୍ବୁ ଶରୀରରକୁ ଶୀତଳତା ପ୍ରଦାନ କରିଥାଏ ଏଥିପାଇଁ ଗରମ ଦିନରେ ପ୍ରତିଦିନ ଲେମ୍ବୁ ରାଣି ପାଇବା ଆବଶ୍ୟକ ।

• ଅନେକ ସମୟରେ ପେଟରେ ହେଉଥିବା ଯନ୍ତ୍ରଣା କିମ୍ବା ଗ୍ୟାସ୍ , ଗଳାରେ ଜଳାପଡା ଆଦି ସମସ୍ୟାକୁ ମଧ୍ୟ ଲେମ୍ବୁ ପାଣି ପିଇବାଦ୍ୱାରା ଦୂର ହୋଇଥାଏ ।

• ଲେମ୍ବୁରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ । ଯାହା ହାଇ ବ୍ଲଡପ୍ରେସର, ମୁଣ୍ଡ ବୁଲାଇବା ଭଳି ସମସ୍ୟା , ବାନ୍ତ, ମାନସିକ ଚାପ ଏବଂ ବିଷାଦ ମଧ୍ୟ ଦୂର ହୋଇଥାଏ ।

• ଏହାଛଡା ହଇଜା ଏବଂ ମ୍ୟାଲେରିଆ ଭଳି ରୋଗକୁ ମଧ୍ୟ ଲେମ୍ବୁ ପାଣି ପିଇ ଠିକ୍ କରାଯାଇ ପାରିବ ।