ପ୍ୟାଡମ୍ୟାନ୍’ ପରେ ଏବେ ‘ଅୟାରି’କୁ ମନା ! ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍’ ପରେ ‘ଅୟାରି’ ସିନେମା ଉପରେ ନିଷେଧାଦେଶ ଜାରି କଲା ପାକିସ୍ତାନ

44

ଗତ ସପ୍ତାହରେ କିପରି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ୍’କୁ ପାକିସ୍ତାନ ବିରୋଧ କରିଥିଲା ତାହା ତ ସୋସିଆଲ୍ ମିଡିଆରେ ଛାଇ ଯାଇଥିଲା। ଏ ସପ୍ତାହରେ ସମାନ ପରସ୍ଥିତିରେ ପଡ଼ିଛି ଚଳଚ୍ଚିତ୍ର ‘ଅୟାରି’। ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବା ପରେ ପାକିସ୍ତାନରେ ରିଲିଜ୍ ପାଇଁ ଅନୁମତି ପାଇ ପାରିନାହିଁ ।

ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅୟାରି’ ଶୁକ୍ରବାର ଦେଶର ପ୍ରେକ୍ଷାଳୟଗୁଡ଼ିକରେ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରଟିରେ ଭାରତୀୟ ସେନାଙ୍କ ବିଷୟରେ ପ୍ରଦର୍ଶନ କରାଯାଇଛି । ଯାହାକୁ କି ପାକିସ୍ତାନ ଭୁଲ୍ ଭାବେ ଗ୍ରହଣ କରିଛି । ଜାଣିରଖନ୍ତୁ ଯେ କେବଳ ଏହି ଚଳଚ୍ଚିତ୍ର ନୁହେଁ, ପୂର୍ବରୁ ଭାରତୀୟ ଯବାନଙ୍କ ବୀରତ୍ୱ ପ୍ରଦର୍ଶନ କରାଯାଇ ଯେଉଁ ସବୁ ଚଳଚ୍ଚିତ୍ର ନିର୍ମାଣ ହୋଇଛି ତାହାକୁ ପାକିସ୍ତାନ ବିରୋଧ କରିଛି । ପାକିସ୍ତାନ ନିଜ ଦେଶରେ ରିଲିଜ୍ ପାଇଁ ପୂର୍ବରୁ ଅନୁମତି ଦେଇନଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ବେବି’, ‘ନାମ ସାବନା’ , ‘ଫାଣ୍ଟୋମ୍’ ଇତ୍ୟାଦି ।

ଜାନୁଆରି ୨୬ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥାନ୍ତା । ମାତ୍ର ୨୫ ତାରିଖରେ ଅକ୍ଷୟଙ୍କ ‘ପ୍ୟାଡମ୍ୟାନ’ ରିଲିଜ୍ ହେବାକୁ ଥିବାରୁ ଏହାକୁ ଫେବ୍ରୁଆରି ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ମାତ୍ର ‘ପଦ୍ମାବତୀ’ ରିଲିଜ୍ ହୋଇଥିବା ହେତୁ ‘ପ୍ୟାଡମ୍ୟାନ୍’ ପରବର୍ତ୍ତୀ ମୁହୂର୍ତ୍ତରେ ଫେବ୍ରୁଆରି ୯ରେ ରିଲିଜ୍ ହୋଇଥିଲା। ଫଳରେ ‘ଅୟାରି’ ୧୬ ତାରିଖ ଅର୍ଥାତ ଆଜି ମୁକ୍ତିଲାଭ କରିଛି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ବାଜପେୟୀ, ସିଦ୍ଧାର୍ଥ ମଲହୋତ୍ରା, ରାକୁଲ୍ ସିଂହ ପ୍ରୀତ, ପୁଜା ଚୋପ୍ରା, ନସରୁଦ୍ଦିନ୍ ଶା, ଅନୁପମ୍ ଖେର୍, କୁମୁନ୍ଦ ମିଶ୍ର, ଅଦିଲ୍ ହୁସେନ୍ ଏବଂ ବିକ୍ରମ୍ ଗୋଖଲେ।