ଡାଲଚିନି ! ଜାଣନ୍ତୁ ଏହାର ଔଷଧିୟ ଗୁଣ ସଂପର୍କରେ . . .

211

ଡାଲଡିନ ବୃକ୍ଷ ଯେତିକି ଛୋଟ ହୋଇଥାଏ ତାର ଗୁଣ ମଧ୍ୟ ତାଠାରୁ ବଡ ଅଟେ । ଡାଲଚିନିକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଯାହା ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟାରୁ ମୁକ୍ତି ଦେବା ସହ ଆପଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ସର୍ଦ୍ଦି ବା ଜ୍ୱର

ଥଣ୍ଡା ଜ୍ୱର ହୋଇଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ମହୁ ସହ କିଛି ମାତ୍ରାରେ ଡାଲଚିନି ଗୁଣ୍ଡ ମିଶାଇ ସକାଳ ଓ ସଂନ୍ଧ୍ୟାରେ ସେବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହାଛଡା ହାଲକା ଗରମ ପାଣିରେ ଏକ ଚାମଚ ଡାଲଚିନି ଗୁଣ୍ଡ ଓ ଗୋଟେ ଚୁଟକି ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ସବୁଦିନ ପାଇଁ ରକ୍ଷା ମିଳିଥାଏ ।

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ

ସାଧାରଣତଃ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ସାମାନ୍ୟ ଗରମ ପାଣିରେ ଡାଲଚିନି ଗୁଣ୍ଡ ଓ ଟିକେ ମହୁକୁ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରି୍ବା ଦ୍ୱାରା ଫାଇଦା ମିଳିଥାଏ । ଗୋଟେ କପ ଉଷୁମୁ ପାଣିରେ ଗୋଟେ ଚାମଚ ମହୁ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଉଜ୍ଜଳ ତ୍ୱଚା ପାଇଁ

ତ୍ୱଚା କିମ୍ବା ଚର୍ମ ଜନିତ ସମସ୍ୟା ଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ତ୍ୱଚାରେ ଜଳା ପୋଡା ସମସ୍ୟା ଦେଖାଦେଲେ ଡାଲଚିନି ଗୁଣ୍ଡ ସହ ମହୁର ପରିମାଣ ସମାନ ମାତ୍ରାରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ଡାଲଚିନି ଗୁଣ୍ଡରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ ।

ପେଟ ଜନିତ ସମସ୍ୟା

ବଦହଜମ ଭଳି ସମସ୍ୟା ହେଉଥିଲେ ଡାଲଚିନିର ବ୍ୟବହାର କରିପାରିବେ । ଏହାଛଡା ଡାଲଚିନିର ବ୍ୟବହାର ବାନ୍ତି ତଥା ଗ୍ୟାସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଗୋଟେ ଚାମଚ ମହୁ ସହିତ କିଛି ପରିମାଣରେ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଆରାମ ମିଳିଥାଏ ।

ମୋଟାପଣ ଦୂର କରିଥାଏ

ମୋଟାପଣ ଦୂର କରିଥାଏ ଡାଲଚିନି । ତେବେ ଚାରେ ଏକ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।