ବିମାନରେ ଦୀର୍ଘ ଯାତ୍ରା କରୁଛନ୍ତି କି ? ଏହି ୫ଟି ଜିନିଷକୁ ସାଥିରେ ନିଅନ୍ତୁ ନାହିଁ , ଅସୁବିଧାରେ ପଡିପାରନ୍ତି !

68

1ଆଜିକାଲି ଲୋକେ ନିଜର ବିଜନେସ୍ ହେଉ ଅବା କୈାଣସି ଦୂର ସ୍ଥାନକୁ ଭ୍ରମଣ ଉଦ୍ଦେଶ୍ୟରେ ବିମାନ ଯାତ୍ରାକୁ ଉଚିତ୍ ମଣିଥାନ୍ତି । ଆଉ ଏଥିପାଇଁ ଦୂର ସ୍ଥାନକୁ ଯିବା ପାଇଁ ଦୀଘ ସମୟମଧ୍ୟ ବିମାନରେ କଟେଇବାକୁ ପଡିଥାଏ । ଏହା ଗୋଟିଏ ସ୍ଥାନରେ ଅଧିକ ସମୟ ବସିରହିବାକୁ ପଡେ ଓ ଡିହାଇଡ୍ରେସନରେ ଅତିକ୍ରମ କରିବାକୁ ହୁଏ । ଏହା ଭିତରେ ଯାତ୍ରୀମାନେ ସାଥିରେ ନେଇଥିବା ଖାଦ୍ୟମଧ୍ୟ ଖାଇଥାନ୍ତି । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ, ବିମାନରେ ଖାଇବା ବିଷୟରେ କିଛି ଜାଣିବା ଦରକାର । ଆସନ୍ତୁ ଜାଣିବା ବିମାନରେ ଯାତ୍ରାବେଳେ କ’ଣ କ’ଣ ସତର୍କତା ଅବଲମ୍ବନ କରିବା ଓ କେଉଁ ଜିନିଷକୁ ନିଜ ସହ ନେବା ଉଚିତ୍ ନୁହେଁ ଜାଣିବା ।

୧ – କାର୍ବୋନେଟେଡ୍ ଡିକ୍ସ – ବିମାନରେ ଆର୍ଦ୍ରତା କମ୍ ଥାଏ । ଏଥିପାଇଁ ଯାତ୍ରୀମାନେ ଡିହାଇଡ୍ରେସନର ଅନୁଭବ କରିଥା’ନ୍ତି । ଏଣୁ ହର୍ବାଲ୍ ଟି ଓ ପାଣି ଅଧିକ ପିଇଥା’ନ୍ତି । ଆଉ କୋର୍ବୋନେଟେଡ୍ ଡିକ୍ସରେ ଏହି ଜିନିଷକୁ ନେଇଥାନ୍ତି । ବିଶେଷଜ୍ଞଙ୍କ ମତରେ ,ବିମାନରେ ଯେହେତୁ ପାଗ ଶୁଷ୍କତା ଥାଏ , ଏହି ଡିକ୍ସରେ ପାନୀୟ ପଦାର୍ଥ ନେବା ଉଚିତ୍ ନୁହେଁ

2୨- ଆଲକହଲ୍ – ଦୀର୍ଘ ଯାତ୍ରାରେ ଅନେକ ଲୋକଙ୍କୁ ଫିଲ୍ମ ଦେଖିବା ସହ ବିୟର ପିଇବାକୁ ପସନ୍ଦ ହୋଇଥାଏ । କିନ୍ତୁ ଆଲକହଲ ର କାରଣରୁ ଡିହାଇଡ୍ରେସନ ହୋଇପାରେ ଏବଂ ବିମାନରେ ଏମିତି ବି ଡିହାଇଡ୍ରେସନ ଅନୁଭବ ହୋଇଥାଏ । ଏଥିପଇଁ ସେଠାରେ ଆଲକହଲର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

୩- ପନିପରିବା – ବିମାନରେ ଦୀର୍ଘଯାତ୍ରା କଲାବେଳେ ପନିପରିବା ଜାତୀୟ ଜିନିଷକୁ ମଧ୍ୟ ଦୂରେଇ ଦିଅନ୍ତୁ । କାରଣ ଏହି ଭଳି ଜିନିଷ ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନଲ୍ ସମସ୍ୟା ସୃଷ୍ଟି କରେ । ଏଣୁ ଯେତେବେଳେ ବି ବିମାନରେ ଯାଉଛନ୍ତି ତ ଗ୍ୟାସ୍ ସୃଷ୍ଟିକାରୀ ପନିପରିବା ଯଥା-ବ୍ରୋକଲି ,ବନ୍ଧାକୋବି, ଓ ଗଜା ଜାତୀୟ ଶସ୍ୟ ଆଦି ଖାଆନ୍ତୁ ନାହିଁ । କାରଣ ଏହା ଦ୍ୱାରା ସ୍ୱାସ୍ଥ୍ୟ ବିଗିଡି ପାରେ ।

3୪ – ସୁପ୍ ଓ ନୁଡଲ୍ସ – ବିମାନରେ ସୁପ୍ ଓ ନୁଡୁଲ୍ସର ସେବନ କରନ୍ତୁ ନାହିଁ । ଏହା କ୍ଷତିକାରକ ହୋଇପାରେ । କାରଣ ଏହା ପ୍ରଥମରୁ ପ୍ୟାକିଂ ହୋଇଥାଏ ଏବଂ ଏଥିରେ ଥିବା ସୋଡିୟମର ମାତ୍ରା ଆପଣଙ୍କର ଦୈନିକ ସୋଡିୟମର ଦରକାରୀ ଠାରୁ କମ୍ ହୋଇଥାଏ । ଖାଦ୍ୟରେ ସୋଡିୟମର ଅଦିକ ମାତ୍ରା ହେବା ଦ୍ୱାରା ପେଟ ଫୁଲିବାର ସସମ୍ୟାହୋଇପାରେ ।

୫ – କାଫିନ୍ ( ଚା ପତ୍ର ଓ କଫି ମଂଜିରେ ଥିବା ପଦାର୍ଥ) ଠାରୁ ଦୂରରେ ରୁହନ୍ତୁ – ଏହି କାଫିନ୍ ଏକ ମୁତ୍ରବର୍ଦ୍ଧକ ଜିନିଷ ଅଟେ । ଏହାକୁ ଯଦି ସେବନ କରୁଛନ୍ତି ତ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିପାରେ । ଏଥିପାଇଁ ଦୀର୍ଘ ସମୟ ଧରି ବିମାନ ଯାତ୍ରାରେ ଥିଲେ କଫି ପିଇବା ଠାରୁ ଦୂରେଇ ଦିଅନ୍ତୁ । ( ସୌଜନ୍ୟ -ନବଭାରତ ଟାଇମ୍ସ)