ଚକୋଲେଟ୍, ବିସ୍କୁଟ୍ ଏବଂ କେକରେ ମିଶିଥାଏ ବିଭିନ୍ନ ପଶୁମାନଙ୍କ ଚମଡା : ଅଧ୍ୟୟନ

58

ବଜାରରେ ଉପଲବ୍ଧ ହେଉଥିବା ରଙ୍ଗୀନ ପ୍ୟାକେଟ ମଧ୍ୟରେ ବନ୍ଦ ଉତ୍ପାଦଗୁଡିକୁ ଦେଖିକି ସବୁଠାରୁ ଅଧିକ ଛୋଟ ପିଲା ଆର୍କଷିତ ହୋଇଥାନ୍ତି । ଆଉ ଏହାକୁ ଖାଇବା ପାଇଁ ଅଡି ବସିଥାନ୍ତି । କିନ୍ତୁ ପିଲାଙ୍କ ଏହି ପ୍ରକାର ସମସ୍ତ ଜିଦକୁ ପୁରୁଣ କରୁବା ପୂର୍ବରୁ ଟିକେ ଚିନ୍ତା କରିବା ଉଚିତ କି ଉକ୍ତ ଜିନିଷଟି ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ କି ନୁହେଁ ।

‘ୟୁନାଇଟେଡ୍ ନେସନ ଏନଭରମେଂଟ ପ୍ରୋଗାମ୍ସ’ର ପକ୍ଷରୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏକଥା ଜଣାପଡିଛି କି, ଏକ ଲୋକପ୍ରିୟ ବ୍ରାଣ୍ଡର ଉତ୍ପାଦ, ଯାହାକୁ ପିଲାମାନେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିରେ ଗିଲାଟିନ ନାମକ ତତ୍ୱ ମିଶି କରି ରହିଥାଏ । ଏହା ଏପରି ଏକ ଉପାଦାନ ଯାହା ବିଭିନ୍ନ ପଶୁମାନଙ୍କ ଚର୍ମରୁ ବାହାର କରାଯାଇଥାଏ । ସମ୍ଭବତଃ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପିଲାଙ୍କ ଖାଦ୍ୟ ପେୟର ଅଧିକାଂଶ ବସ୍ତୁମାନଙ୍କରେ ବିଭିନ୍ନ ପଶଙ୍କ ଜଡିତ ତତ୍ୱ ମିଶିଥାଏ । ଯଦି ଆପଣ ପିଲାଙ୍କ ପାଇଁ କୌଣସି ଚକୋଲେଟ୍, ବିସ୍କୁଟ୍ କିମ୍ବା କେକ୍ ରୂପି ବିସ୍କୁଟ୍ ଆଦି ସାମଗ୍ରୀ କିଣୁଛନ୍ତି । ତେବେ ଏହାକୁ କିଣିବା ପୂର୍ବରୁ ଥରେ ମାତ୍ର ପ୍ୟାକେଟ ଉପରେ ଲେଖାଯାଇଥିବା ଇନଗ୍ରିଡିଏଂଟକୁ ଧ୍ୟ।।ନ ଦେବା ନିହାତି ଜରୁରୀ ଅଟେ । ଯାହା ଦ୍ୱାରା ଆପଣଙ୍କ ପିଲା ସବୁଦିନ ସୁସ୍ଥ ହୋଇ ରହିପାରିବ ।

ଏହାର ପ୍ରଭାବ

• ଖାଦ୍ୟ ସାମଗ୍ରୀରେ ବ୍ୟବହୃତ ହୋଇଥିବା ପଶୁମାନଙ୍କ ସମ୍ବନ୍ଧିତ ଉତ୍ପାଦଗୁଡିକ କ୍ୟାନସର ଭଳି କ୍ଷତିକାରକ ରୋଗ ସୃଷ୍ଟି କରିଥାଏ ।

• ଏହା ପିଲାଙ୍କଠାରେ ମେଦବହୁଳ ଭଳି ରୋଗ ସୃଷ୍ଟି କରିଥାଏ ।

• ପିଲାଙ୍କ ଭୋକ ପ୍ରଭାବିତ ହୋଇଥାଏ ସାଧାରଣତଃ ପୋଷକ ତତ୍ୱଗୁଡିକର ମାତ୍ରା ହ୍ରାସ ହେବା କାରଣରୁ ଆଉ ମାନସିକ ବିକାଶ କାରଣରୁ ଏହା ମଧ୍ୟ ହ୍ରାସ ପାଇଥାଏ ।