ଖରାଦିନେ କେମିତି ନେବେ କେଶର ଯତ୍ନ ? ଜାଣନ୍ତୁ କିଛି ଟିପ୍ସ

146

ଖରା କେବଳ ତ୍ୱଚାକୁ ନୁହେଁ କେଶକୁ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ଆପଣ କେଶ ପ୍ରତି ଅଧିକ ଯତ୍ନବାନ୍ ରହିବା ଆବଶ୍ୟକ । ଯେମିତି ଟାଣ ଖରାରୁ କେଶର କୈାଣସି କ୍ଷତି ହୋଇପାରିବ ନାହିଁ । କେମିତି ନେବେ ଖରାରେ କେଶର ଯତ୍ନ । ଜାଣନ୍ତୁ କିଛି ଟିପ୍ସ ।

ସାମ୍ପୁ ପ୍ରତି ଧ୍ୟାନ – ଝାଳ ହେତୁ କେଶ ଓଦା ଓଦା ଲାଗିବା ସହ ଦୁର୍ଗନ୍ଧ ବାହାରେ । ଏଥିସହ ଶୁଷ୍କ ଜଣାପଡେ । କିନ୍ତୁ ଏଭଳି ସମସ୍ୟାକୁ ଦୂରେଇବା ପାଇଁ ପ୍ରତିଦିନ କେଶ ଧୋଇବା କିମ୍ବା ସାମ୍ପୁ କରିବା ଅନୁଚିତ୍ । ସପ୍ତାହରେ ୨ଥର ସାମ୍ପୁ କରନ୍ତୁ । ଯଦି ଅଧିକ ରୁକ୍ଷ ଲାଗୁଛି ତେବେ ତିନି ଥର ସାମ୍ପୁ କରିବା ଆବଶ୍ୟକ । ଏଥିପାଇଁ ହର୍ବାଲ୍ ସାମ୍ପୁ ବ୍ୟବହାର କରନ୍ତୁ ।

କେଶକୁ ଘୋଡାଇ ରଖନ୍ତୁ – କେଶର ଯତ୍ନ ନେବା ପାଇଁ ଖରାକୁ ବାଉହାରିବା ପୂର୍ବରୁ ପ୍ରଥମେ କେଶକୁ ସ୍କାର୍ଫ କିମ୍ବା ଟୋପି ଦ୍ୱାରା ଘୋଡାଇ ବାହାରନ୍ତୁ । ଏଥିସହ କେଶରେ ହେୟାର ସିରମ୍ ଲଗାଇଲେ କେଶ ସୁରକ୍ଷିତ ରହିପାରିବ ।

ନିୟମିତ କଣ୍ଡିସନର ବ୍ୟବହାର – ଏମିତିରେ ବି ସମସ୍ତେ କଣ୍ଡିସନର୍ ଲଗାନ୍ତି ,ମାତ୍ର ଖରାଦିନେ ଏହାର ଗୁରୁତ୍ୱ ଟିକିଏ ଅଧିକ । କାରଣ ଗରମ ପବନ , ଝାଳ ଆଦି ସଂସ୍ପର୍ଶରେ ଆସି କେଶ ଅଧିକ ଶିଷ୍କ ହୋଇଯାଏ । ତେଣୁ ପ୍ରତ୍ୟେକ ଥର ସାମ୍ପୁ କରିବା ପରେ କଣ୍ଡିସନର ବ୍ୟବହାର ନିଶ୍ଚିତ କରନ୍ତୁ ।

ଦୁଇ ମୁହାଁ କେଶକୁ ହଟାନ୍ତୁ – ଶୁଷ୍କତା ଓ ଗରମ ପବନ ହେତୁ ରୂପି,କେଶ ଝଡିବା . ଦୁଇ ମୁହାଁ କେଶ ସମସ୍ୟା ସାଧାରଣତଃ ଦେଖାଯାଏ । ତେଣୁ ଏହି ଦୁଇମୁହାଁ କେଶ ସମସ୍ୟାରୁ ରକ୍ଷା ପାଇବା ପାଇଂ ସବୁବେଳେ କେସ ବାନ୍ଧନ୍ତୁ । ଏଥିସହ ନିୟନିତ ଟ୍ରିମିଙ୍ଗ କରନ୍ତୁ । ୬-୮ ସପ୍ତାହ ମଧ୍ୟରେ କେଶର ଟ୍ରିମିଂ କରିବା ଉଚିତ୍ ।