ଅଧିକାଂଶ ମହିଳା ଏହି ରୋଗର ହୋଇଥାନ୍ତି ଶିକାର ! ହେଲେ ଲଜ୍ଜା ପାଇଁ କରନ୍ତି ଅବହେଳା

28

‘ଭାଇ ବାଥରୁମ୍ ସଫା ଅଛି ନା’ । ଆମେ ଅଧିକାଂଶ ମହିଳାଙ୍କୁ ଏହି ପ୍ରଶ୍ନ ପଚାରୁଥିବାର ଦେଖିଛୁ । କାରଣ ଏହି ପ୍ରଶ୍ନ ପଛରେ ରହିଛି ଡର । ଡର ହେଉଛି ୟୁଟିଆଇର । ଆର୍ଥାତ୍ ‘ୟୁରିନାରୀ ଟ୍ରାକ୍ ଇନଫେକସନ୍’ । ଯାହା ଅଧିକାଂଶ ମହିଳାଙ୍କ ସାଧାରଣ ସମସ୍ୟା ହୋଇଥାଏ । ତେବେ ଏନସିବିଆଇ ରିପୋର୍ଟ ମୂତାବକ ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନେ ବେଶୀ ଏହି ରୋଗରେ ପୀଡିତ ଥାନ୍ତି । ନଜର ପକାନ୍ତୁ କେମିତି ଜାଣିବେ ଆପଣ ଏହାର ଶିକାର ହୋଇଛନ୍ତି କି ନାହିଁ । ଯଦି ଏପରି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାକରନ୍ତୁ ।

• ପରିଶ୍ରା କରିବା ସମୟରେ ଯଦି କଷ୍ଟ ହୁଏ ତେବେ ଏହା ୟୁଟିଆଇର ଲକ୍ଷଣ ହୋଇଥାଇପାରେ ।

• ପ୍ରାୟତଃ ୨ ରୁ ୩ ଘଂଟା ଅନ୍ତରାଳେ ପରିଶ୍ରା ଲାଗିଥାଏ । ଯଦି ବାରମ୍ବାର ଲାଗିଥାଏ ତେବେ ଏହା ୟୁଟିଆଇର ଲକ୍ଷଣ ହୋଇଥାଇପାରେ ।

• ପେଟ କାଟିବା ଅନେକ କାରଣରୁ ହୋଇଥାଏ । ସେମାନଙ୍କ ମଧ୍ୟରୁ ଗୋଟିଏ କାରଣ ୟୁଟିଆଇ ।

• ୟୁଟିଆଇ ହୋଇଥିଲେ ପରିଶ୍ରାରେ ବେଳେ ବେଳେ ହାଲକା ରକ୍ତ ମଧ୍ୟ ପଡିଥାଏ ।

• ମୂତ୍ରାଶୟ ପରେ ଯଦି ବ୍ୟାକ୍ଟେରିଆ କିଡନୀ ପର୍ଯ୍ୟନ୍ତ ପହଂଚିଯାଏ ତେବେ ଜ୍ୱର ହୋଇଥାଏ । ତେଣୁ ଅଧିକ ଦିନ ଜ୍ଜର ଲାଗି ରହିବା ୟୁଟିଆଇର ଲକ୍ଷଣ ମଧ୍ୟ ହୋଇପାରେ ।