ଶେଷରେ ଧରାପଡିଲା ବାଘ ! ବଲାଙ୍ଗିର କଂଟାବାଞ୍ଜିରେ ଚେତା ହଜାଇଥିଲା ଚିତା

39

କନକ ବ୍ୟୁରୋ : ଶେଷରେ ଧରାପଡିଲା ବାଘ । ୧୨ ଘଂଟାର ଅପରେସନ୍ ପରେ ବାଘକୁ କାବୁ କରିଛି ବନବିଭାଗ । ଜାଲରେ ପକାଇ ବାଘକୁ ଯନ୍ତାରେ ପୁରାଇଛି । ଆତଙ୍କ ମଚାଇଥିବା ବାଘକୁ ଧରିବାକୁ ଲାଗିଥିଲେ ବନ ବିଭାଗର ପାଂଚ ଶହ ଜଣିଆ ଟିମ୍ । ହେଲେ ଧରାଦେଇନଥିଲା ବାଘ । ଗୋଟିଏ ଘରୁ ଅନ୍ୟ ଘରକୁ ଯାଇ ଲୁଚିଥିଲା । ବାଘକୁ କାବୁ କରିବାକୁ ନୟାନ୍ତ ହୋଇପଡିଥିଲେ ବନ କର୍ମଚାରୀ ।

ବଲାଙ୍ଗୀର କଂଟାବାଞ୍ଜି କୁର୍ଲା ଗାଁରେ ଲାଗି ରହିଥିଲା ବାଘ ଆତଙ୍କ । ଏନେଇ ଖବର ମିଳିବା ପରେ ଗତକାଲି ସକାଳେ ଡେରା ପକାଇଥିଲା ବନ ବିଭାଗ । ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୧୦୦ ଜଣ କର୍ମଚାରୀ ଲାଗିଥିଲେ । ନିକଟସ୍ଥ ଜଙ୍ଗଲରୁ ଗୋଟିଏ କଲରାପତରିଆ ବାଘ କୁର୍ଲା ଗାଁକୁ ଚାଲିଆସିଥିଲା । ଅନ୍ଧାର ଭିତରେ ଜଣଙ୍କ ଘରେ ପଶି ରହିଥିଲା । ଏହି ସମୟରେ ଘରେ ଥିବା ଜଣେ ନାବାଳକକୁ ଆକ୍ରମଣ କରିଥିଲା ।

ଏନେଇ ଖବର ପ୍ରଚାରିତ ହେବା ପରେ ଗାଁ ଲୋକ ରୁଣ୍ଡ ହୋଇ ବାଘକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ । ସେଠାରେ ଯାଇ ବନ ବିଭାଗ କର୍ମଚାରୀ ପହଂଚିଥିଲେ । ଏକ ଗୁହାଳ ଘରେ ଥିବା ବେଳେ ଯନ୍ତା ଜରିଆରେ ବାଘକୁ ଧରିବାକୁ ଉଦ୍ୟମ ବି ହୋଇଥିଲା । ହେଲେ ଗୁହାଳ ଡେଇଁ ଆଉ ଏକ ଘରକୁ ଚାଲିଯାଇଥିଲା । ବାଘ ଧରିବାକୁ ଯାଇ ବନ ବିଭାଗର ଜଣେ କର୍ମଚାରୀ ବି ଆହତ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –