ଓକିଲ-ପୋଲିସ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ : ଆଜିଠୁ ହାଇକୋର୍ଟରେ କାର୍ଯ୍ୟରେ ଯୋଗ ଦେବେ ଆଇନଜୀବୀ

କାଲି ଆନ୍ଦୋଳନ ହୋଇଥିଲା ପ୍ରତ୍ୟାହୃତ

78

କନକ ବ୍ୟୁରୋ : ଦୀର୍ଘ ୭୮ ଦିନର ଓକିଲ-ପୋଲିସ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ ପଡିଛି । ଦୀର୍ଘ ଅଢ଼େଇ ମାସ ଆନ୍ଦୋଳନ ପରେ ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି । ଆଜିଠାରୁ କୋର୍ଟ କାର୍ଯ୍ୟାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି । ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ । ଗତକାଲିି କୋର୍ଟରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

କୋର୍ଟରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଚାଲିଥିଲା ବେଳେ ଉଭୟ ପୋଲିସ ଓ ଓକିଲ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ଅଗଷ୍ଟ ୨୮ ତାରିଖ ନୂଆବଜାର ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୁଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଦୁଃଖ ପ୍ରକାଶ କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୭ ଦିନ ଭିତରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।