କୁମ୍ଭମେଳାରେ ଅଗ୍ନିକାଣ୍ଡ ! ସିଲିଣ୍ଡର ଫାଟି ଦିଗମ୍ବର ଆଖଡା ଟେଣ୍ଟରେ ଲାଗିଲା ନିଆଁ

107

କନକ ବ୍ୟୁରୋ : ଆହ୍ଲାବାଦ ପ୍ରୟାଗରାଜରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥବା କୁମ୍ଭମେଳାରେ ଅଗ୍ନିକାଣ୍ଡ । ଆଜି ସକାଳେ ଦିଗମ୍ବର ଅଖାଡ଼ାର ଟେଣ୍ଟରେ ଅଚାନକ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଯାଇଥିଲା । ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥିଲା ବୋଲି କୁହାଯାଉଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ପାଖାପାଖି ଏଖ ଡର୍ଜନ ଟେଂଟକୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର ତୁରନ୍ତ ପରେ ଦମକମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲା । ସୂଚନା ଅନୁସାରେ ଏବେ ନିଆଁକୁ କାବୁ କରାଯାଇପାରିଛି । ତେବେ ସିଲିଣ୍ଡର କେମିତି ଫାଟିଲା ତାହା ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପ୍ରାୟଗରାଜରେ ଦିଗମ୍ବର ଆଖଡ଼ା ପାଇଁ ପ୍ରସ୍ତୁତ କରାଯାଇଥିବା ୧୨ଟି ତମ୍ବୁରେ ହଠାତ ନିଆଁ ଲାଗିଯାଇଥିଲା । ରୋଷେଇ ପାଇ ରଖାଯାଇଥିବା ଗ୍ୟାସ ଟାଙ୍କି ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ନିଆଁ ଲାଗିବା ମାତ୍ର ଅନ୍ୟ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେବେ କୁମ୍ଭମେଳା ଦାୟିତ୍ୱରେ ଥିବା ଅଧିକାରୀ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଦମକଳ ସହିତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିିବାର ସୂଚନା ମିଳିନାହିଁ ।

କୁମ୍ଭମେଳା ପାଇଁ ସମଗ୍ର ପ୍ରୟାଗରାଜରେ ଭକ୍ତ, ସାଧୁ ସନ୍ଥମାନଙ୍କ ଭିଡ଼ ଲାଗିଛି । ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ କୁମ୍ଭ ମେଳାରେ ଯୋଗ ଦେଇ ଆଜି ପବିତ୍ର ମକର ସଂକ୍ରାନ୍ତିିି ଅବସରରେ ପବିତ୍ର ସ୍ନାନ କରିଛନ୍ତି । ତେବେ ସାଧୁସନ୍ଥମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ତମ୍ବୁରେ ଆଜି ଆକସ୍ମିିକ ନିଆଁ ଲାଗିବା ଫଳରେ ସେଠରେ ଲୋକମାନଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ।