ଉଦଘାଟିତ ହେଲା ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଂଚରେ ପାଂଚଦିନ ଧରି ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

134

କନକ ବ୍ୟୁରୋ: କୋଣାର୍କରେ ଉଦଘାଟିତ ହୋଇଛି ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଂଚରେ ଗତ ପ୍ରଥମ ଦିନ ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇ ଭାରତନାଟ୍ୟମରେ ଶେଷ ହୋଇଥିଲା । ଏହାସହ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ବି ଆରମ୍ଭ ହୋଇଛି । ଆଉ ଏହି ପ୍ରଦର୍ଶନୀର ଥିମ ରହିଛି ହକି ବିଶ୍ୱକପ । ବାଲୁକା ପ୍ରଦର୍ଶନୀରେ ଦେଶବିଦେଶରୁ ଶହେରୁ ଅଧିକ ବାଲୁକାଶିଳ୍ପୀ ଭାଗ ନେଇଛନ୍ତି । ଉଦଘାଟନୀ ସମାରୋହ ଦେଖିବା ପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଂଚରେ ଶତାଧିକ ବିଦେଶୀ ପର୍ଯ୍ୟଟକ ଉପସ୍ଥିତ ଥିଲେ । ଏହି ମହୋତ୍ସବ ପାଂଚଦିନ ଧରି ଚାଲିବ ।

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ନୃତ୍ୟୋତ୍ସବ ଗତକାଲି ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ ଭାରତନାଟ୍ୟମ୍‌ରେ ଶେଷ ହୋଇଥିଲା। ଶତାଧିକ ବିଦେଶୀ ପର୍ଯ୍ୟଟକ ଗତକାଲି ଏହି ଆନ୍ତର୍ଜାତୀୟ ନୃ୍ତ୍ୟ ମହୋତ୍ସବର ମଜା ନେଇଥିଲେ। ମହୋତ୍ସବର ପ୍ରଥମ ସନ୍ଧ୍ୟା ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା‌। କୋଣାର୍କ ମହାତ୍ମ୍ୟକୁ ନେଇ ଭୁବନେଶ୍ବର ‘ନୃତ୍ୟାୟନା’ ଅନୁଷ୍ଠାନର କଳାକାରମାନେ ନିର୍ବାଣ ଶତକମ୍‌, ଶୁଦ୍ଧ ନୃତ୍ୟ ପଲ୍ଲବୀ ପରିବେଷଣ କରିଥିଲେ।

ଶେଷରେ ରମା ବୈଦ୍ୟନାଥନ୍‌ ଓ ତାଙ୍କ ସାଥୀ କଳାକାରଙ୍କ ଦ୍ବାରା ଚିତାକର୍ଷକ ଭାରତ ନାଟ୍ୟମ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାଛଡା ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ପର୍ଯ୍ୟଟକମାନଙ୍କୁ ମୁଗ୍ଧ କରିଛି। ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ ଗତକାଲି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବିଦେଶୀ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଅପେରା ଦେଖିବାକୁ ଲୋକଙ୍କ ଭିଡ ଜମିଛି। ଏହି ମହୋତ୍ସବ ପାଞ୍ଚ ଦିନ ଧରି ଚାଲିବ। ‌