କୋଣାର୍କରେ ବ୍ଲାକ୍ ପଲସର ଆତଙ୍କ ! ମହିଳା ପର୍ଯ୍ୟଟକଙ୍କ ଠାରୁ ଲୁଟ୍

44

କନକ ବ୍ୟୁରୋ : ରାଜଧାନୀ ପରେ ଅର୍କ କ୍ଷେତ୍ରରେ ବ୍ଲାକ୍ ପଲସର ଆତଙ୍କ । କୋଣାର୍କରେ ବ୍ଲାକ୍ ପଲସରରେ ଆସି ମହିଳା ପର୍ଯ୍ୟଟକଙ୍କ ଠାରୁ ଲୁଟି ନେଇଛନ୍ତି ୩ ଜଣ ଦୁର୍ବୃତ୍ତ । ବନ୍ଧୁକ ମୁନରେ ଗୋପ୍ ଥାନା ଠାରୁ ମାତ୍ର ୩ କିଲୋମିଟର ଦୂର ପାଟଳିଆ ଛକ ନିକଟରୁ ମହିଳା ପର୍ଯ୍ୟଟକ ସରୋଜିନି ମହାପାତ୍ର ଓ ତାଙ୍କ ବନ୍ଧୁଙ୍କ ଠାରୁ ସୁନା ଗହଣା, ନଗଦ ଟଙ୍କା ଓ ଏଟିମ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱରର ସରୋଜିନି ଓ ନାରାୟଣ ଦାସ କୋଣାର୍କ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡରେ ପଡି ଯାଇଥିଲେ ।