ପୂର୍ବରୁ ଜାନୁଆରୀ ୧ରେ ପାଳନ କରାଯାଉନଥିଲା ନୂଆବର୍ଷ । ତେବେ ଜାଣନ୍ତୁ କେବେଠାରୁ ଆରମ୍ଭ ହୋଇଥିଲା ଏପରି ବ୍ୟବସ୍ଥାର

ପୂର୍ବରୁ ଜାନୁଆରୀ ୧ରେ ପାଳନ କରାଯାଉନଥିଲା ନୂଆବର୍ଷ

90

କନକ ବ୍ୟୁରୋ : ଆସନ୍ତାକାଲି ସାରା ବିଶ୍ୱରେ ନୂଆବର୍ଷକୁ ପାଳନ କରିବା ପାଇଁ ସମସ୍ତେ ପ୍ରସ୍ତୁତି କରିବା ଆରମ୍ଭ କରିଦେଲେଣି । କେବଳ ଆରମ୍ଭ ନୁହେଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଲେଣି । ଡିସେମ୍ବର ମାସର ଶେଷ ସପ୍ତାହ ବେଳକୁ ସବୁଆଡେ ଆରମ୍ଭ ହୋଇଯାଇଥାଏ ପ୍ରସ୍ତୁତି । ନିଜ ସୁବିଧା ଅନୁସାରେ ସମସ୍ତେ ନୂଆ ବର୍ଷକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ପ୍ରସ୍ତୁତ କରିଥାଆନ୍ତି । ତେବେ ଆପଣମାନେ କେବେ ଭାବିଛନ୍ତି କି, ୧୨ ମାସ ମଧ୍ୟରୁ କାହିଁକି ଜାନୁଆରୀକୁ ହିଁ ବର୍ଷ ଆରମ୍ଭର ଦିନ କରାଗଲା ଓ କାହିଁକି ବର୍ଷର ପ୍ରଥମ ମାସ ଜାନୁଆରୀକୁ କରାଯାଇଛି ।

 

ମିଳିଥିବା ସୂଚନା ଅନୁସାରେ, ୧ ଜାନୁଆରୀରୁ ଆରମ୍ଭ ହେଉଥିବା କ୍ୟାଲେଣ୍ଡର ଗ୍ରୀଗୋରିଆନ ନାମରେ ଜଣାଥିଲା । ଯାହାର ଆରମ୍ଭ ୧୫୮୨ ମସିହା ଅକ୍ଟୋବର୧୫ରେ ଆରମ୍ଭ ହୋଇଥିଲା । କୁହାଯାଏ, ଏହା ପୂର୍ବରୁ ୧୦ ମାସ ପରି ଋଷିଆର ଜୁଲିୟମ କ୍ୟାଲେଣ୍ଡର ପ୍ରଚଳିତ ହେଉଥିଲା । ତେବେ ଏହି କ୍ୟାଲେଣ୍ଡରେ ବଡଦିନ ଏକା ତାରିଖରେ ଆସୁନଥିଲା । ଏହାପରେ ଆମେରିକାର ନାପେଲସ ଫିଜିସିଆନ ଏଲାୟସିସ୍ ଲିଲିୟସ ଏକ ନୂଆ କ୍ୟାଲେଣ୍ଡର ପ୍ରସ୍ତାବ ଦେଇଥିଲେ । ଏହାପରେ ଏହି କ୍ୟାଲେଣ୍ଡରକୁ ଗ୍ରହଣ କରାଗଲା । କେବଳ ଲାଗୁ କରାଯାଇନାହିଁ ବରଂ ସେହି କ୍ୟାଲେଣ୍ଡରରେ ଜାନୁଆରୀ ୧କୁ ହିଁ ବର୍ଷର ପ୍ରଥମ ଦିନ ଭାବରେ ଗ୍ରହଣ କରାଯାଇଛି ।

 

ତେଣୁ ଏହି କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ ୧ କୁ ହିଁ ନୂଆବର୍ଷ ଭାବରେ ଗ୍ରହଣ କରାଯାଇଛି । ତେବେ ଏହା ପରେ ସାରା ବିଶ୍ୱରେ ଜାନୁଆରୀ ୧ କୁ ହିଁ ନବ ବର୍ଷ ଭାବରେ ଗ୍ରହଣ କରାଯାଇଛି । କେବଳ ଗ୍ରହଣ କରାଯାଇଛି କହିଲେ ହେବ ନାହିଁ । ତାହାକୁ ଲୋକମାନେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ଦେଖାଯାଉଛି । ଚଳିତଥର ମଧ୍ୟ ନବ ବର୍ଷ ପାଳନ କରିବା ପାଇଁ ଅନେକ ସ୍ଥାନରେ ପ୍ରସ୍ତୁତି ସରଲାଣି ।