ଜାଣନ୍ତୁ ଦେଶୀ ଘିଅ ଶରୀର ପାଇଁ କେତେ ଉପକାରୀ

90

ଆଜିକାଲି ପ୍ରତ୍ୟେକ ନିଜ ସ୍ୱାସ୍ଥ୍ୟକୁ ନେଇ ବହୁତ ସଜାଗ ରୁହନ୍ତି । ସେଥିପାଇଁ ସମସ୍ତେ ତେଲରେ ପ୍ରସ୍ତୁତ ପ୍ରତ୍ୟେକ ଖାଦ୍ୟଦ୍ରବ୍ୟ ପ୍ରତି ଦୂରେଇ ରହିବାକୁ ଚେଷ୍ଟା କରନ୍ତି । କିନ୍ତୁ ଲୋକ ଭାବନ୍ତି ଯେ ତେଲରେ ତିଆରି ପ୍ରତ୍ୟେକ ଜିନିଷ କ୍ଷତିକାରକ । ଏହା ଭାବିବା ଭୁଲ୍ । ଏକ ନୂଆ ଗବେଷଣାରୁ ଏହା ଜଣାପଡିଛି ଯେ କ୍ଷୀର ଜାତୀୟ ଦ୍ରବ୍ୟ ଏବଂ କିଛି ପ୍ରକାରର ମାଂସାହାର ରେ ମିଳୁଥିବା ସେଚ୍ୟୁରେଟେଡ ଫ୍ୟାଟ୍ ଶରୀର ପାଇଁ ବହୁତ ହିଁ ଉପକାରୀ ।

ପ୍ରାକୃତିକ ଜରିଆରେ ମିଳୁଥିବା ବସ୍ତୁକୁ ପ୍ରକ୍ରିୟାଗତ ଉପାୟରେ ଖାଇବା ପରେ ତାହାର ଗୁଣବତ୍ତାରେ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ଘଟେ । ଅନୁସନ୍ଧାନରୁ ଜଣାପଡିଛି ଯେ, ସେଚ୍ୟୁରେଟେଡ୍ ଫ୍ୟାାଟ ବ୍ୟବହାର କରୁଥିବା ଲୋକ ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ନିରୋଗ ଥାନ୍ତି । ହାର୍ଟ, କିଡନୀ ଓ ଲିଭର ସମେତ ସମସ୍ତ ଅଙ୍ଗ ଗୁଡିକର କାର୍ଯ୍ୟ ପ୍ରଣାଳୀ ଭଲ ରହେ । ଶରୀରରେ ଉର୍ଜ୍ଜାର ମାତ୍ରା ବୃଦ୍ଧି ହୁଏ । କୁହାଯାଏ କି ସେଚ୍ୟୁରେଟେଡ ଫ୍ୟାଟ ରକ୍ତରେ ଏଲଡିଏଲ୍ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି କରି କି ହୃଦୟ ରୋଗର ଆଶଙ୍କା ବଢ଼ାଏ ।