ଜରୁରୀ ଖବର : ପାସପୋର୍ଟ ଭେରିଫିକେସନ ହେଲା ଆହୁରି ସହଜ, କେବଳ ଦେବାକୁ ପଡିବ ଏହି ୬ଟି ପ୍ରଶ୍ନର ଉତ୍ତର

34

ଯଦି ଆପଣ ପାସପୋର୍ଟ ତିଆରି କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ବଡ କାମରେ ଆସିବ । କାହିଁକିନା ବିଦେଶ ମନ୍ତ୍ରଣାଳୟ ପାସପୋର୍ଟ ତିଆରି କରିବା ପାଇଁ ଜରୁରୀ ପୋଲିସ ଭେରିଫିକେସନର ପ୍ରକ୍ରିୟାକୁ ଆହୁରି ସହଜ କରିଦେଇଛି । ଏବେ ଆବେଦକଙ୍କୁ ୯ଟି ପ୍ରଶ୍ନ ବଦଳରେ କେବଳ ୬ଟି ପ୍ରଶ୍ନର ଉତ୍ତର ହିଁ ଦେବାକୁ ପଡିବ । ସେଥିରେ ବି ଅପରାଧିକ ମାମଲା ଗୁଡିକ ସହିତ ଜଡିତ ତଥ୍ୟ ଉପରେ ହିଁ ଜୋର୍ ରହିବ । ଏହି ପରିବର୍ତ୍ତନକୁ ନେଇ ବିଦେଶ ମନ୍ତ୍ରଣାଳୟ ରାଜ୍ୟ ପୁଲିସ୍ କୁ ଦିଶା ନିର୍ଦ୍ଦେଶ ଜାରି କରିସାରିଛନ୍ତି । ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପୁଲିସକୁ ପାସପୋର୍ଟ ଭେରିଫିକେସନରେ ବଦଳିଥିବା ପ୍ରକ୍ରିୟାକୁ ଶୁକ୍ରବାର ଠାରୁ ଲାଗୁ କରିବାକୁ ପଡିବ ।

ବିଦେଶ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ଏବଂ ମୁଖ୍ୟ ପାସପୋର୍ଟ ଅଫିସର କର୍ଣ୍ଣାଟକର ଡିଜି ନୀଳମଣି ଏନ୍ ରାଜୁକୁ ଏକ ଚିଠି ପଠାଇ କି ଏହି ପରିବର୍ତ୍ତନକୁ ଲାଗୁ କରିବାକୁ କହିଛନ୍ତି । ଭେରିଫିକେସନର ନୂଆ ବ୍ୟବସ୍ଥା ଅଧିନରେ ପୁଲିସ ୧୫ ବର୍ଷରୁ ଅଧିକ ଲୋକଙ୍କୁ ହିଁ ଯାଂଚ କରିବ କି ସେମାନଙ୍କ ଉପରେ କୈାଣସି ଅପରାଧିକ ମାମଲା ତ ନାହିଁ । ବାଙ୍ଗାଲୁରୁର ଆଂଚଳିକ ପାସପୋର୍ଟ ଅଧିକାରୀ ଭାରତ କୁମାର କହିଛନ୍ତି କି ପୁଲିସ ଭେରିଫିକେସନ୍ ପ୍ରକ୍ରିୟାରେ କମ୍ ପ୍ରଶ୍ନ ପଚରାଯିବା ବ୍ୟତୀତ, ଆବେଦନ ଫର୍ମରୁ ସାକ୍ଷୀଙ୍କ ବିଷୟରେ ଥିବା ତଥ୍ୟର କଲମ୍ କୁ ହଟାଇ ଦିଆଯାଇଛି । ପ୍ରଥମେ ଆବେଦକଙ୍କୁ ନିଜର ଦୁଇଟି ପଡୋଶୀଙ୍କ ନାମ ଲେଖିବାକୁ ପଡୁଥିଲା । କିନ୍ତୁ ଏବେ ଏହାକୁ ହଟାଇ ଦିଆଯାଇଛି । ଏବେ ଆବେଦକଙ୍କ ଭେରିଫିକେସନ ପାଇଁ ଯେଉଁ ଦସ୍ତାବିଜ ଯୋଗାଇ ଦିଆଯାଇଛି ଏବଂ ପୁଲିସର ଯାଂଚ ଆଧାରରେ ହେବ ।