କାନ୍ଦିଲେ କୁମାରସ୍ୱାମୀ: ରୁଦ୍ଧ ଗଳାରେ ଜାହିର କଲେ ଅସନ୍ତୋଷ । କହିଲେ ପ୍ରତି ମୁହୂର୍ତ୍ତରେ ପିଇ ଚାଲିଛି ମେଂଟ ସରକାରର ବିଷ

38

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ କର୍ଣ୍ଣାଟକରେ ରାଜନୀତି ଚର୍ଚ୍ଚା । ୨୦୧୮ ମସିହାରେ ସେଠାରେ ବିଧାନସଭା ନିର୍ବାଚନ ହୋଇଥିଲା । ପରେ ବିଜେପି ପାଖରେ ବହୁମତ ଥିବା କହି ସରକାର ଗଠନ କଲା । କିନ୍ତୁ ପରେ କଂଗ୍ରେସ ବିନା କୈାଣସି ସର୍ତ୍ତରେ କୁମାର ସ୍ୱାମୀଙ୍କୁ ସମର୍ଥନ ଦେବାନେଇ ଘୋଷଣା କଲା ପରେ କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ ହେଲା । ଏହାପରେ କୁମାର ସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ । କିନ୍ତୁ ଧିରେ ଧିରେ ମେଣ୍ଟ ସରକାରରେ ମତଭେଦ ଦେଖାଯାଉଛି । ଏପରି ଘଟଣା ଦେଖାଯାଇଛି ବାଙ୍ଗାଲୋରରେ । କୁମାର ସ୍ୱାମୀ ବାଙ୍ଗାଲୋରର ଏକ କାର୍ଯ୍ୟକ୍ରମ ସ୍ଥିର କରିଥିଲେ । ତେବେ ସେଠାରେ ସେ ଭାବୁକ ହେବାର ଦେଖାଯାଇଥିଲେ । ଭାଷଣ ଦେବା ସମୟରେ ସେ କହିଥିଲେ ମୁଁ ଯେଉଁ ଆସନରେ ବସିଛି ସେଠାରେ ଖୁସି ନାହିଁ ବୋଲି କହିଛନ୍ତି କୁମାର ସ୍ୱାମୀ ।

କୁମାର ସ୍ୱାମୀ କହିଛନ୍ତିି, “ଭଗବାନ ନୀଳକଣ୍ଠଙ୍କ ପରି ଏଠାରେ ଜହର ପିଉଛି । ଆପଣ ସମସ୍ତେ ମୋ ମୁଖ୍ୟମନ୍ତ୍ରୀ ହେବାରେ ଖୁସି ଅଛନ୍ତି । କିନ୍ତୁ ମୁଁ ଜମା ବି ଖୁସି ନାହିଁ” । ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଋଣ ଛାଡ କଲାପରେ ଏହି ସଭାର ଆୟୋଜନ କରିଥିଲେ । ଏହାସହ ସେ କହିଛନ୍ତି ଏଠାକାର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଚ୍ଛା କରିଥିଲି । କେବଳ ଏତିକି ନୁହେଁ ଲୋକଙ୍କ ପାଇଁ ଅନେକ ସେବା କରିବା ପାଇଁ ମୋର ଇଚ୍ଛା ମଧ୍ୟ ଥିଲା । ମୁଖ୍ୟମନ୍ତ୍ରୀ ହେଲାପରେ ଲୋକମାନେ ଖୁସି ଅଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ମୁଁ ଜମାବି ଖୁସି ନଥିବା କହିଛନ୍ତି କୁମାର ସ୍ୱାମୀ ।

 

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଯେତେବେଳେ ଚାହିଁବି ମୁଖ୍ୟମନ୍ତ୍ରୀ ପଦ ଛାଡିପାରିବି ତେବେ ମୁଁ ଯେଉଁଆଡେ ବି ଯାଉଛି ଲୋକମାନେ ମତେ ବହୁଳମାତ୍ରାରେ ସ୍ୱାଗତ କରୁଛନ୍ତି । ଲୋକମାନେ କହୁଛନ୍ତି ଆପଣ କୃଷକମାନଙ୍କ ଋଣ ଛାଡ କରିଛନ୍ତି ସେଥିପାଇଁ ଧନ୍ୟବାଦ । କିନ୍ତୁ ମତେ ଦୁଃଖ ଲାଗୁଛି ମୋ ପାର୍ଟିକୁ ଲୋକମାନେ ସେତିକି ପରିମାଣରେ ଭୋଟ ଦେଇନାହାନ୍ତି କି ମୋ ଦଳ ଏକାକି ସରକାର ଗଠନ କରିପାରୁ । ଦେଶର କୌଣସି ରାଜ୍ୟ କୃଷକମାନଙ୍କ ଋଣ ଛାଡ କରିବା ପାଇଁ ଚାହାନ୍ତି ନାହିଁ । ବିରୋଧୀମାନେ କଟାକ୍ଷ କରିବା ପାଇଁ ଜଗିରହିଛନ୍ତି । କିନ୍ତୁ ମୁଁ ଦେଇଥିବା କଥା ରଖିଛି ବୋଲି କୁମାରସ୍ୱାମୀ କହିଛନ୍ତି ।

 

ସୂଚନା ଅନୁସାରେ କର୍ଣ୍ଣାଟକରେ ମେଣ୍ଟ ସରକାର ତାହାର ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ କୃଷକମାନଙ୍କ ପାଇଁ ୩୪ ହଜାର କୋଟି ଋଣ ଛାଡ କରାଯାଇଛି । ଏହା ସହ ସରକାର କହିଛନ୍ତି ଯେ, ଋଣ ଛାଡ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଣେ ଯୁବତୀ ଏକ ଭିଡିଓ ସୋସିଆଲ ମିଡିଆରେ ଛାଡି କହିଛନ୍ତି ଯେ, ଗାଁ ରାସ୍ତା ଧୋଇଗଲାଣି ମୁଖ୍ୟମନ୍ତ୍ରୀଙ୍କ କୌଣସି ଚିନ୍ତା ନାହିଁ ।

 

କୁମାରସ୍ୱାମୀ କହିଛନ୍ତି ଏହି ଋଣ ଛାଡ କରିବାପାଇଁ ମତେ ଅଫିସରମାନଙ୍କୁ ମନେଇବା ଲାଗି ଅନେକ ସମୟ ଲାଗିଥିଲା । ବର୍ତ୍ତମାନ ସମୟରେ ରାଜ୍ୟରେ ଅନ୍ନ ଭାଗ୍ୟ ଯୋଜନାରେ ୫ କିଲୋ ଚାଉଳ ପରିବର୍ତ୍ତେ ୭ କିଲୋ ମିଳିବ । ଏହାପାଇଁ ୨୫୦୦ କୋଟିର ଆବଶ୍ୟକତା ରହିଛି । କିନ୍ତୁ ମୁଁ ଏତେ ଟଙ୍କା ଆଣିବି କେଉଁଠୁ ବୋଲି କହିଛନ୍ତି ସ୍ୱାମୀ । କେଉଁଠାରେ ଟିକସ ଲଗାଇ ହେବ ସେ ବିଷୟରେ ମୁଁ ଚିନ୍ତା କରୁଛି ଦେଖାଯାଉ କଣ ହେଉଛି । କିନ୍ତୁ ମତେ କେତେକ ଗଣମାଧ୍ୟମରେ ସମାଲୋଚନା କରାଯାଉଛି । ଏହା ଉପରେ କୈାଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି କୁମାର ସ୍ୱାମୀ ।